ମୋଦୀ ସରକାର କମାଇଲେ କାରର ମୂଲ୍ୟ, ଜାଣନ୍ତୁ କେଉଁ କାର ସବୁ ଶସ୍ତା ହେଲା 

ନୂଆଦିଲ୍ଲୀ: ମୋଦୀ ସରକାର ଭାରତରେ ଇଲେକ୍ଟ୍ରିକ ଗାଡିକୁ ପ୍ରୋତ୍ସାହନ ଦେବାକୁ ଲାଗିପଡିଛନ୍ତି | ଏଥିପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ଜିଏସଟିରେ ଟିକସ କମାଇଛନ୍ତି | ପୂର୍ବରୁ ଇଲେକ୍ଟ୍ରିକ ଗାଡି ଉପରେ ୧୨ ପ୍ରତିଶତ ଜିଏସଟି ଥିବାବେଳେ ଏବେ ଏହା ୫ ପ୍ରତିଶତରେ ପହଁଚିଯାଇଛି | ଯାହାଫଳରେ ଇଲେକ୍ଟ୍ରିକ କାର ଓ ସ୍କୁଟରରେ ମୂଲ୍ୟ କମିଯାଇଛି | ଏବେ ନଜର ପକାନ୍ତୁ କେତେ ଶସ୍ତା ହେଲା ଇଲେକ୍ଟ୍ରିକ କାର ଓ ସ୍କୁଟର |
ହ୍ୟୁଣ୍ଡାଇ କୋନା
ଏହି କାରଟି ଭାରତରେ ଲଞ୍ଚ ହୋଇସାରିଥିବାବେଳେ ଏହାର ମୂଲ୍ୟ ନୂଆ ଜିଏସଟି ଟିକସ ଲାଗୁହେବା ପରେ ୧.୫୮ ଲକ୍ଷ ଟଙ୍କା କମିଯାଇଛି | ଏହି କାରର ମୂଲ୍ୟ ୨୫.୩୦ ଲକ୍ଷ ଟଙ୍କା ଥିବାବେଳେ ଏବେ ଏହା ୨୩.୭୧ ଲକ୍ଷ ଟଙ୍କାରେ ମିଳିପାରିବ |

Zee Business

ଓକିନାବା ସ୍କୁଟର
ଭାରତରେ ଇଲେକ୍ଟ୍ରିକ ସ୍କୁଟରର ବ୍ୟବସାୟ କରୁଥିବା ଓକିନାବା ମଧ୍ୟ ନୂଆ ଜିଏସଟି ହିସାବରେ ମୂଲ୍ୟ କମାଇଛି | ୩୭୦୦୦ ଟଙ୍କାରୁ ୧ ଲକ୍ଷ ୮ ହଜାର ତାଙ୍କର ମୂଲ୍ୟ ଥିବା ଏହି ସ୍କୁଟରରେ ୩୪୦୦ ଟଙ୍କାରୁ ୮୬୦୦ ଟଙ୍କା ଯାଏଁ ଶସ୍ତା ହୋଇଯାଇଛି |

ଟାଟା ଟିଗୋର ଇଭି
ଟାଟା ମୋଟର୍ସର ଟିଗୋର ଇଲେକ୍ଟ୍ରିକ ଭେଇକିଲ ମଧ୍ୟ ୮୦ ହଜାର ଟଙ୍କାର ମୂଲ୍ୟ କମାଇଛି | ପ୍ରଥମେ ଏହି କାରର ମୂଲ୍ୟ ୧୨.୩୫ ଲକ୍ଷ ଟଙ୍କା ଥିବାବେଳେ ଏବେ ଏହି କାର ୧୧.୫୮ ଲକ୍ଷ ଟଙ୍କାରେ ମିଳିବ |

ସମ୍ବନ୍ଧିତ ଖବର