କାର୍‌ ରେଣ୍ଟାଲ୍‌ କାରବାରରେ ଦୁଇ ନୂଆ ସଂସ୍ଥା

ଭୁବନେଶ୍ବର : ଓଲା ଓ ଉବର୍‌ ଭଳି ସଂସ୍ଥାର ଆଗମନ ପରେ ଦେଶର ଗମନାଗମନ ସ୍ଥିତି ବହୁତ ବଦଳିଯାଇଛି। ଏବେ ଲୋକମାନେ ନିଜ ସ୍ମାର୍ଟଫୋନ୍‌ ଜରିଆରେ କ୍ୟାବ୍ ବୁକିଙ୍ଗ୍‌ କରିବା ଠାରୁ ଆରମ୍ଭ କରି ନିଜ ଯାତ୍ରାର ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିପାରୁଛନ୍ତି। କାର୍‌ ‌ରେଣ୍ଟାଲ୍‌ କ୍ଷେତ୍ରରେ ଇକୋ ରେଣ୍ଟ୍‌ ଏ କାର୍‌ ଏବଂ ଆଭିସ୍ ଇଣ୍ଡିଆ ଭଳି ଦୁଇଟି ସଂସ୍ଥା ପାଦ ଦେଇଛନ୍ତି। ଇକୋ ରେଣ୍ଟ୍‌ ଏ କାର୍‌ ସାରା ବିଶ୍ବରେ ୩୭୦୦ରୁ ଅଧିକ ସ୍ଥାନରେ ଏବଂ ଭାରତରେ ୮୦ରୁ ଅଧିକ ସ୍ଥାନରେ ଏହାର ‌କାର୍‌ ରେଣ୍ଟାଲ୍ ସେବା ପ୍ରଦାନ କରୁଛି। ଏହା ପାଖରେ ୩୫୦୦୦୦ରୁ ଅଧିକ ଯାନ ରହିଛି। ଏହା ବିଳାସପୂର୍ଣ୍ଣ ଏବଂ ଇକୋନମି କାର୍‌କୁ ଭଡ଼ାରେ ପ୍ରଦାନ କରୁଛି। ଲୋକମାନେ ଏହି କଂପାନି ଜରିଆରେ କାର୍‌ ଭଡ଼ାକୁ ଆଣି ନିଜେ ଚଲାଇପାରିବେ ଅନ୍ୟଥା ଡ୍ରାଇଭର୍‌ ସହ ଗାଡ଼ି ମଧ୍ୟ ଭଡ଼ାରେ ନେଇପାରୁଛନ୍ତି। ଟୁର୍‌ ଅପରେଟର୍‌, ବିଦେଶୀ ପ୍ରତିନିଧି, ରାଷ୍ଟ୍ରଦୂତ, ବିପିଓ, ବଡ଼ ଏମ୍ଏନ୍‌ସି ଇତ୍ୟାଦିଙ୍କୁ ଏହା କାର୍‌ ରେଣ୍ଟାଲ୍‌ ସେବା ପ୍ରଦାନ କରୁଛି। ସେହିପରି, ଆଭିସ୍‌ ଇଣ୍ଡିଆ ସେଲ୍‌ଫ ଡ୍ରିଭେନ୍ କାର୍‌ ଭଡ଼ାରେ ପ୍ରଦାନ କରୁଛି। ଲୋକମାନେ ଡ୍ରାଇଭର୍‌ ସହ ମଧ୍ୟ ଗାଡ଼ିକୁ ଭଡ଼ାରେ ନେଇପାରିବେ। ଭାରତ ଏବଂ ବିଶ୍ବର ଅନେକ ଦେଶରେ କଂପାନି ଏହାର ସେବା ପ୍ରଦାନ କରୁଛି। ଏହା ପାଖରେ ୫୦୦୦ରୁ ଅଧିକ ପ୍ରିମିୟମ୍ କାର୍‌ ରହିଛି।

ସମ୍ବନ୍ଧିତ ଖବର