ପ୍ରତିବର୍ଷ ଚାରିଚକିଆ ବାହନର ବିକ୍ରି ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକେ ନିଜ ପାଇଁ ଫୋର୍ ହୁଇଲର୍ କିଣିବା ଲାଗି ଅଧିକ ଆଗ୍ରହ ଦେଖାଉଛନ୍ତି। ଯେତେବେଳେ ଲୋକେ ନୂଆ କାର୍ କିଣିବାକୁ ଯାଉଛନ୍ତି,ସେତେବେଳେ ସେମାନଙ୍କ ମନରେ ପ୍ରଥମ ପ୍ରଶ୍ନ ଉଠେ ଯେ,କେଉଁ ରଙ୍ଗର କାର୍ କିଣିବେ। ଆଉ ଏକ କଥା ହେଲା ଯେ ତାଙ୍କର କାର୍ ଷ୍ଟାଇଲିସ୍ ଓ ଆରାମଦାୟକ ହେଉ ବୋଲି ମନେ କରନ୍ତି।
ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି ଯେ,୨୦୧୮ରେ ଭାରତରେ ସବୁଠାରୁ ଧଳା ରଙ୍ଗର କାର୍ ଅଧିକ ସଂଖ୍ୟାରେ ବିକ୍ରି ହୋଇଥିବା କାର୍ଭିତରୁ ୪୩ ପ୍ରତିଶତ ହେଉଛି ଧଳା ରଙ୍ଗର। ଭାରତୀୟମାନେ ଧଳା ଓ ହାଲୁକା ରଙ୍ଗର କାର୍ କିଣିବାକୁ ଅଧିକ ପସନ୍ଦ କରିଥାନ୍ତିି। ଦେଶର ଏକ ଚତୁର୍ଥାଂଶରୁ ମଧ୍ୟ ଅଧିକ କ୍ରେତା ସିଲଭର୍ ବା ଗ୍ରେ ରଙ୍ଗର କାର୍ କିଣିବାକୁ ପସନ୍ଦ କରନ୍ତି।
/sambad/media/post_attachments/wp-content/uploads/2019/02/car-2014.jpg)
ଧଳାରଙ୍ଗର କାର୍ କିଣିବା ପଛରେ ଅନ୍ୟ ଏକ ପ୍ରମୁଖ କାରଣ ହେଲା ଯେ, ଏହାର ଯତ୍ନ ନେବା ସହଜ ମଧ୍ୟ। ଦ୍ୱିତୀୟ କଥା ହେଲା ସେକେଣ୍ଡ ହ୍ୟାଣ୍ଡ୍ ଧଳା କାର୍ ମଧ୍ୟ ଭଲ ମୂଲ୍ୟରେ ବିକ୍ରି ହେଉଛି। ଭାରତରେ ୧୫ ପ୍ରତିଶତ ଲୋକ ସିଲଭର୍ ଓ ଗ୍ରେ ରଙ୍ଗର କାର୍ କିଣିବାକୁ ପସନ୍ଦ କରନ୍ତି। ଅପରପକ୍ଷରେ ୯ ପ୍ରତିଶତ ଲୋକ ଲାଲ ରଙ୍ଗର କାର୍ କିଣନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/Car-Sells_Thumbnail.jpg)