କାର୍‌ ବିକ୍ରିରେ ୩ ଗୁଣା ବୃଦ୍ଧି

ନୂଆଦିଲ୍ଲୀ : ଦେଶ ଭିତରେ ମେ’ ମାସରେ ବିପୁଳ ସଂଖ୍ୟକ କାର୍ ବିକ୍ରି ହୋଇଛି। ବିକ୍ରିରେ ୩ ଗୁଣା ବୃଦ୍ଧି ଘଟିଛି। ଗତବର୍ଷ କରୋନା ମହାମାରୀର ପ୍ରଭାବ ରହିବାରୁ ମେ’ ମାସରେ ବିକ୍ରି ନଗଣ୍ୟ ରହିଥିଲା। ତେଣୁ ଚଳିତ ବର୍ଷ ଏହି ମାସରେ ଯେଉଁ ବିକ୍ରି ହୋଇଛି ତାହା ନିଶ୍ଚିତ ପକ୍ଷେ ତା’ଠାରୁ ଅଧିକ। ମେ’ରେ ୨,୯୫,୦୦୦ କାର୍ ବିକ୍ରି ହୋଇଥିବା ଅନୁମାନ କରାଯାଉଛି ଯାହା ଗତବର୍ଷ ମେ’ର ୧,୦୩,୦୦୦ ବିକ୍ରି ତୁଳନାରେ ପ୍ରାୟ ତିନି ଗୁଣା ଅଧିକ। ଗତ ମାସରେ ମାରୁତି ସୁଜୁକି ୧,୨୪,୪୭୪ କାର୍ ବିକ୍ରି କରିଛି ଯାହା କଂପାନି ଗତବର୍ଷ ବିକ୍ରି କରିଥିବା ୩୨,୯୦୩ କାର୍ ତୁଳନାରେ ଅଧିକ।

ହୁଣ୍ଡାଇ ମୋଟର ୪୨,୨୯୩ ଗାଡ଼ି ବିକ୍ରି କରିଛି। ୨୦୨୧ ମେ’ରେ ଏହା ୨୫,୦୦୧ ଗାଡ଼ି ବିକିଥିଲା। ଟାଟା ମୋଟର୍ସ ମେ’ରେ ୪୩,୩୪୧ କାର୍ ବିକ୍ରି କରିଛି। ସେଥିରୁ ୩,୪୫୪ଟି ହେଉଛି ଇଲେକ୍ଟ୍ରିକ୍ କାର୍। ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ୨୬,୯୦୪ଟି ଗାଡ଼ି ବିକ୍ରି କରିଛି। ଏକ୍ସୟୁଭି୭୦୦ ଓ ଥାର୍‌ର ବିକ୍ରି ଅଧିକ ରହିଛି। ଚଳିତ ବର୍ଷ ମେ’ରେ କିଆ ଇଣ୍ଡିଆ ବିକ୍ରି ୬୯% ବୃଦ୍ଧି ପାଇ ୧୮,୭୧୮ ରହିଛି। ଟୟୋଟା କିର୍ଲୋଦସ୍କାର ୧୦,୨୧୬ଟି କାର୍ ବିକ୍ରି କରିଛି। ହୋଣ୍ଡାର ବିକ୍ରି ଚାରି ଗୁଣା ବୃଦ୍ଧି ପାଇ ୮,୧୮୮ରେ ପହଞ୍ଚିଛି। ଟାଟା ମୋଟର୍ସ ମେ’ରେ ୩୧,୪୧୪ ଓ ଅଶୋକ ଲେଲ୍ୟାଣ୍ଡ୍‌ ୧୨,୪୫୮ ବାଣିଜ୍ୟିକ ଯାନ ବିକ୍ରି କରିଛନ୍ତି। ଦୁଇ ଚକିଆ ଯାନ କଂପାନି ମଧ୍ୟରେ ଟିଭିଏସ୍‌ ମୋଟର ୧,୯୧,୪୮୨ ଗାଡ଼ି ବିକ୍ରି କରିଛି। ଟ୍ରାକ୍ଟର କଂପାନିମାନଙ୍କ ମଧ୍ୟରେ ମହିନ୍ଦା ୩୪,୧୫୩ଟି ଟ୍ରାକ୍ଟର ବିକ୍ରି କରିଛି।

ସମ୍ବନ୍ଧିତ ଖବର