ରାଜଧାନୀରେ କ୍ୟାରଟ୍‌ଲେନ୍‌ର ଦ୍ବିତୀୟ ସୋ’ରୁମ୍‌

ଭୁବନେଶ୍ବର: ଦେଶର ପ୍ରମୁଖ ଗହଣା ବ୍ରାଣ୍ଡ ‘ତନିସ୍କ’ର ପାର୍ଟନରସିପ୍‌ ଷ୍ଟୋର ଭାବେ କ୍ୟାରଟ୍‌ଲେନ୍‌ର ଏକ ନୂଆ ସୋରୁମ୍‌ ଚନ୍ଦ୍ରଶେଖରପୁରଠାରେ ଆଜି ଉଦ୍‌ଘାଟିତ ହୋଇଯାଇଛି। ‘କାଦମ୍ବିନୀ’ ପତ୍ରିକାର ସମ୍ପାଦିକା ଇତି ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ତନିସ୍କ ସୋ’ରୁମ୍‌ ନିକଟରେ ଖୋଲିଥିବା ଏହି ‌ସୋ’ରୁମ୍‌ ରାଜଧାନୀରେ ଦ୍ବିତୀୟ ହୋଇଥିବା ବେଳେ ଦେଶରେ ୭୧ତମ। ଦୁଇ ମହଲା ବିଶିଷ୍ଟ ଏହି ଷ୍ଟୋର ୨ ହଜାର ବର୍ଗ ଫୁଟ୍‌ ପରିମିତ ସ୍ଥାନରେ ଖୋଲାଯାଇଛି। ଏହା ରାଜଧାନୀବାସୀଙ୍କୁ ଗହଣା କ୍ରୟର ଏକ ଭିନ୍ନ ଅନୁଭୂତି ଦେବ। କ୍ୟାରଟ୍‌ଲେନ୍‌ ଗହଣାଗୁଡ଼ିକର ଡିଜାଇନ୍‌ରେ ଆଧୁନିକତା ରହିଛି। ନିଖୁଣ ଭାବେ ପ୍ରସ୍ତୁତ ଗହଣାଗୁଡ଼ିକ ଗ୍ରାହକଙ୍କୁ ନିଶ୍ଚୟ ଆକର୍ଷଣ କରିବ ବୋଲି ସୋ’ରୁମ୍‌ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ଏହି ଅବସରରେ ସୋ’ରୁମ୍ ପକ୍ଷରୁ ମାନିକ୍ ହଂସ, ପପୁ ହଂସ, ଲିପ୍‌ସା ହଂସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର