‘କ୍ୟାରେଟ୍‌ଲେନ୍’ ୨ଟି ନୂଆ ଷ୍ଟୋର୍‌ ଖୋଲିବ

ଭୁବନେଶ୍ବର: ଗହଣା ପ୍ରତିଷ୍ଠାନ କ୍ୟାରେଟ୍‌ଲେନ୍‌ ରାଜ୍ୟରେ ଦୁଇଟି ନୂଆ ଷ୍ଟୋର୍‌ ଖୋଲିବାକୁ ଯୋଜନା ରଖିଛି। ଆଜି ଚନ୍ଦ୍ରଶେଖରପୁର ଠାରେ କଂପାନିର ନୂଆ ଷ୍ଟୋର୍‌ର ଆନୁଷ୍ଠାନିକ ଉଦ୍‌ଘାଟନ ଅବସରରେ ଏହାର ପ୍ରତିଷ୍ଠାତା ଓ ସିଇଓ ମିଥୁନ ସଚ୍ଚେଟି ଏହି ସୂଚନା ଦେଇଛନ୍ତି। ଏହା ହେଉଛି ଭୁବନେଶ୍ବରରେ କ୍ୟାରେଟ୍‌ଲେନ୍‌ର ଦ୍ବିତୀୟ ସୋ’ରୁମ୍। ଏହାକୁ ୨୦୦୦ ବର୍ଗଫୁଟ ଅଞ୍ଚଳରେ ସ୍ଥାପନ କରାଯାଇଛି। ଗ୍ରାହକମାନେ ଏହି ଷ୍ଟୋର୍‌ରୁ ଆଧୁନିକ ଏବଂ ନିତିଦିନିଆ ଗହଣା କିଣିପାରିବେ।

ଏହି ଅବସରରେ ଶ୍ରୀ ସଚ୍ଚେଟି କହିଛନ୍ତି, ଆମ ଷ୍ଟୋର୍‌ ଅନ୍ୟ ଗହଣା ଷ୍ଟୋର୍‌ଗୁଡ଼ିକ ଠାରୁ ଭିନ୍ନ ଏବଂ ସ୍ବତନ୍ତ୍ର। ଆମର ଗ୍ରାହକମାନେ ଅନ୍‌ଲାଇନ୍‌ ଓ ‌ଷ୍ଟୋର୍‌ ଉଭୟ ସ୍ଥାନରୁ ଗହଣା କିଣିପାରିବେ। ଓଡ଼ିଶାର ଗ୍ରାହକମାନେ ଅନ୍‌ଲାଇନ୍‌ରେ ଗହଣା ସର୍ଚ୍ଚ (ଅନୁସନ୍ଧାନ) କରିବାରେ ବହୁତ ଆଗରେ ଥିବା ସେ କହିଛନ୍ତି। ଓଡ଼ିଶା‌ର ଗ୍ରାହକମାନେ ଗତବର୍ଷ ଦିନକୁ ୧୦ ହଜାର ଥର ଅନଲାଇନ୍‌ରେ ଗହଣା ସର୍ଚ୍ଚ କରୁଥିଲେ। ଏବେ ଦିନକୁ ସେମାନେ ୨୫ ହଜାର ଥର ଗହଣା ସର୍ଚ୍ଚ କରୁଛନ୍ତି। ୧୦ ବର୍ଷ ପୂର୍ବେ ଦେଶରେ ବର୍ଷକୁ ୫୦ କୋଟି ଟଙ୍କାର ଗହଣା ଅନଲାଇନ୍‌ରେ ବିକ୍ରି ହେଉଥିଲା। ଏବେ ଅନଲାଇନ୍‌ରେ ୨୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗହଣା ଅନ୍‌ଲାଇନ୍‌ରେ ବିକ୍ରି ହେଉଥିବା ସେ ସୂଚନା ଦେଇଛନ୍ତି। ଏହି ବଜାର ଆହୁରି ବଡ଼ ହେବ ଏବଂ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହା ବାର୍ଷିକ ୫୦% ଅଭିବୃଦ୍ଧି ସହ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି। କ୍ୟାରେଟ୍‌ଲେନ୍ ପକ୍ଷରୁ ହୀରାର ସବୁ ପ୍ରକାର ଡିଜାଇନ୍ ଉପରେ ଫ୍ଲାଟ୍‌ ୨୫% ରିହାତି ପ୍ରଦାନ କରାଯାଉଛି। ଏହି ଅବସରରେ କଂପାନିର ବିଜ୍‌ନେସ୍‌ ପାର୍ଟନର୍‌ ମାନିକ୍‌ ହଂସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର