ଭୁବନେଶ୍ବର: କେୟାର ହସ୍ପିଟାଲରେ ନୂଆ ଓଜନ ହ୍ରାସ ଓ ଡାଇବେଟିସ ବିଭାଗ ଉଦ୍ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହାକୁ ଉଦ୍ଘାଟନ କରିଛନ୍ତି। ଏହି ବିଭାଗ ସହିତ ବିଶିଷ୍ଟ ବେରିଆଟ୍ରିକ ସର୍ଜନ ଡକ୍ଟର ମୋହିତ ଭଣ୍ଡାରି ଯୋଡ଼ି ହୋଇଛନ୍ତି। ସେ ୧୧ ହଜାରରୁ ଅଧିକ ବେରିଆଟ୍ରିକ୍ ଅସ୍ତ୍ରୋପଚାର ସଫଳତାର ସହ କରିଥିବା ବେଳେ ୭୦ରୁ ଅଧିକ ଦେଶରେ ନିଜର ସେବା ଯୋଗାଇ ଦେଇଛନ୍ତି। ସେ କହିଲେ, ବେରିଆଟ୍ରିକ ଏଣ୍ଡୋସ୍କୋପିକ୍ ସ୍ଲିଭ୍ ଗାଷ୍ଟ୍ରୋପ୍ଲାଷ୍ଟି (ଇଏସ୍ଜି) ଏକ ନୂତନ ଓଜନ ହ୍ରାସକାରୀ ପ୍ରଣାଳୀ। ଏହା ସର୍ଜରି ବିନା ପେଟର ଆକାରକୁ କମ୍ କରେ। ଏହି ଚିକିତ୍ସା ବ୍ୟବସ୍ଥା ସମ୍ପୂର୍ଣ୍ଣ ନିରାପଦ। ଏହି ଅବସରରେ ହସ୍ପିଟାଲର ଚିଫ୍ ଅପରେଟିଂ ଅଫିସର ଗୁରିତ କୌର ସେଠୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
କେୟାର ହସ୍ପିଟାଲ୍ରେ ନୂଆ ଓଜନ ହ୍ରାସ ବିଭାଗ
/sambad/media/post_attachments/wp-content/uploads/2019/07/Untitled-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)