କେୟାର ହସ୍‌ପିଟାଲ୍‌ରେ ନୂଆ ‘ମସ୍ତିଷ୍କ ଘାତକ କ୍ଲିନିକ୍‌’

ଭୁବନେଶ୍ୱର: କେୟାର ହସ୍‌ପିଟାଲ୍‌ ପକ୍ଷରୁ ଆଜି ଏକ ମସ୍ତିଷ୍କ ଘାତକ କ୍ଲିନିକ୍‌ ଖୋଲାଯାଇଛି। ଏହାକୁ ରାଜ୍ୟ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଉଦ୍‌ଘାଟନ କରିଛନ୍ତି। ଏହି କ୍ଲିନିକ୍‌ ଦ୍ୱାରା ବ୍ରେନ୍‌ ଷ୍ଟ୍ରୋକ୍‌ ବା ମସ୍ତିଷ୍କ ଘାତକ ରୋଗୀମାନଙ୍କ ପାଇଁ ଶ୍ରୀଘ ଏବଂ ଉତ୍ତମ ଚିକିତ୍ସା ସୁବିଧା ପ୍ରଦାନ କରାଯିବ। ଏଠାରେ ୨୪ ଘଣ୍ଟା ସ୍ନାୟୁ ରୋଗ ବିଶେଷଜ୍ଞ ଉପଲବ୍ଧ ରହିବେ ଏବଂ ସବୁ ପ୍ରକାର ଅଗ୍ରୀମ ଷ୍ଟ୍ରୋକ୍‌ ସେବା ଉପଲବ୍ଧ ରହିବ। ଉନ୍ନତମାନର ଇଲେକ୍ଟ୍ରେଟେଫିଜିଓଲୋଜି ଲାବୋରେଟୋରି ସହିତ ରେଡିଓଲୋଜିକାଲ୍‌ ସେବା ମଧ୍ୟ ରହିଛି। ଆକ୍ୟୁଟ ଷ୍ଟ୍ରୋକ୍‌ର ଉପଚାର ଥ୍ରମ୍ବୋଲିସ୍‌ ପଦ୍ଧତିରେ କରାଯିବ। ଏହି ଅବସରରେ ହସ୍ପିଟାଲ୍‌୍‌ର ମେଡିକାଲ୍‌ ଡାଇରେକ୍ଟର ତଥା ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡକ୍ଟର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ ବ୍ରେନ୍‌ ଷ୍ଟ୍ରୋକ୍‌ର କିଭଳି ପ୍ରାଥମିକ ଚିକିତ୍ସା କରାଯାଇପାରିବ ତାହା ଜଣାଇଛନ୍ତି। ମେଡିକାଲ୍‌ ସୁପରିଟେଣ୍ଡେଣ୍ଟ୍‌ ଡକ୍ଟର ଚିତ୍ତ ରଞ୍ଜନ ବୋଷ ବ୍ରେନ୍‌ ଷ୍ଟ୍ରୋକ୍‌ର ଚିକିତ୍ସା ପଦ୍ଧତି ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ସ୍ନାୟବିକ ବିଶେଷଜ୍ଞ ସ୍ନୟବିକ ବିଶେଷଜ୍ଞ ଡକ୍ଟର ପ୍ରଦ୍ୟୁତ ରଞ୍ଜନ ଭୂୟାଁ, ଡକ୍ଟର ଶୁଭ୍ରାଂଶୁ ଶେଖର ଜେନା, ସ୍ନାୟୁ ଶଲ୍ୟ ବିଭାଗର ଡାକ୍ତର ସିଦ୍ଧାର୍ଥ ଶଙ୍କର ସାହୁ, ଡକ୍ଟର ବିକାଶ ରଞ୍ଜନ ବେହେରା, ସ୍ନାୟୁ ନିଶ୍ଚେତକ ଡାକ୍ତର ରଣଧୀର ମୀତ୍ର୍ରା ଉପସ୍ଥିତ ଥିଲେ। ଡାକ୍ତରଙ୍କ ଉଦ୍ୟମକୁ ହସ୍‌ପିଟାଲ ସିଓଓ ଡକ୍ଟର ରାହୁଲ ମେଦ୍ଦାକର ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର