ଭୁବନେଶ୍ବର: ହାଇବ୍ରାଦଭିତ୍ତିକ କେୟାର ହସ୍ପିଟାଲ୍ସ ଗ୍ରୁପ ମହାରାଷ୍ଟ୍ରର ଔରଙ୍ଗାବାଦସ୍ଥିତ ୟୁନାଇଟେଡ ସିଗ୍ମା ହସ୍ପିଟାଲ୍ସର ସଂଖ୍ୟାଗରିଷ୍ଠ ଅଂଶଧନ କିଣିଛି। କମ୍ପାନି ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯାଇଛି। ଏହି ଅଧିଗ୍ରହଣ ଫଳରେ କେୟାର ହସ୍ପିଟାଲ ମହାରାଷ୍ଟ୍ରର ୩ଟି ପ୍ରମୁଖ ସହରରେ ନିଜର ଉପସ୍ଥିତି ଜାହିର କରିପାରିବ। ଉଲ୍ଲେଖଯୋଗ୍ୟ, ଦେଶର ୬ଟି ରାଜ୍ୟର ୮ଟି ସହରରେ ୧୭ଟି ସ୍ବାସ୍ଥ୍ୟ ସେବା ସୁବିଧା ରହିଛି। ମହାରାଷ୍ଟ୍ରର ମରାଠାୱାଡ଼ା ଅଞ୍ଚଳରେ ୟୁନାଇଟେଡ ସିଗ୍ମା ହସ୍ପିଟାଲ୍ସ ଉତ୍ତମ ମାନର ଚିକିତ୍ସା ସୁବିଧା ଦୀର୍ଘବର୍ଷ ହେଲା ଯୋଗାଇ ଆସୁଛି। କର୍କଟ ରୋଗ, ଗ୍ୟାଷ୍ଟ୍ରିକ ଏବଂ ହୃଦରୋଗ ଚିକିତ୍ସା କ୍ଷେତ୍ରରେ ଏହି ହସ୍ପିଟାଲର ସୁନାମ ରହିଛି। ଉକ୍ତ ହସ୍ପିଟାଲ ଉକ୍ତ ଅଞ୍ଚଳରେ ରୋବୋଟିକ ଅସ୍ତ୍ରୋପଚାର ସୁବିଧା ପ୍ରଦାନ କରିବାରେ ପ୍ରଥମ ଚିକିତ୍ସାଳୟ ହୋଇଛି। ୟୁନାଇଟେଡ ସିଗ୍ମା ହସ୍ପିଟାଲ୍ସକୁ କେୟାର ହସ୍ପିଟାଲସ ନେଟୱର୍କରେ ସାମିଲ କରି ଆମେ ଅତ୍ୟନ୍ତ ଆନନ୍ଦିତ ବୋଲି କେୟାର ହସ୍ପିଟାଲ୍ସର ଗ୍ରୁପ ସିଇଓ ଯଶଦୀପ ସିଂହ କହିଛନ୍ତି। ଉକ୍ତ ସହଭାଗିତା ସଂପର୍କରେ ୟୁନାଇଟେଡ ସିଗ୍ମା ହସ୍ପିଟାଲ୍ସର ସିଏମ୍ଡି ଡାକ୍ତର ଉନ୍ମେଶ ତକଲକାର କହିଛନ୍ତି, ଏହାଦ୍ବାରା ଆମେ ମିଳିତଭାବେ ରୋଗୀଙ୍କୁ ମରାଠାୱାଡ଼ା ସମେତ ବାହାରେ ଉତ୍ତମମାନର ଚିକିତ୍ସା ଯୋଗାଇ ଦେବାରେ ସକ୍ଷମ ହେବୁ। ଏହି ଅଧିଗ୍ରହଣ ଫଳରେ କେୟାର ହସ୍ପିଟାଲ୍ସର ଶଯ୍ୟା ସଂଖ୍ୟା ଦେଶରେ ୨୭୦୦ରୁ ଅଧିକରେ ପହଞ୍ଚିଛି। କେବଳ ମହାରାଷ୍ଟ୍ରରେ ଏହାର ଶଯ୍ୟା ସଂଖ୍ୟା ୬୦୦ରୁ ଅଧିକ ହୋଇଛି।
ସିଗ୍ମା ହସ୍ପିଟାଲର ଅଂଶଧନ କିଣିଲା କେୟାର ହସ୍ପିଟାଲ
/sambad/media/post_attachments/wp-content/uploads/2022/07/sfhsfhfssfhsfhhsfsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)