ଭୁବନେଶ୍ବର: ହାଇଦ୍ରାବାଦର ସଂସ୍ଥା କେୟାର ହସ୍ପିଟାଲ୍ସ ଗ୍ରୁପ୍ ଇନ୍ଦୋରର ସିଏଚ୍ଏଲ୍ ହସ୍ପିଟାଲ୍ସକୁ ଅଧିଗ୍ରହଣ କରିଛି। ଏହି ଅବସରରେ କେୟାର ହସ୍ପିଟାଲ୍ସର ଗ୍ରୁପ୍ ସିଇଓ ଯଶଦୀପ ସିଂହ କହିଛନ୍ତି ଯେ ସିଏଚ୍ଏଲ୍ ହସ୍ପିଟାଲ୍ ଜରିଆରେ ଆମେ କେନ୍ଦ୍ରୀୟ ଭାରତରେ ଉଚ୍ଚ ମାନର ରୋଗୀ ସେବା ପ୍ରଦାନ କରିପାରିବୁ। ଦ୍ବିତୀୟ ଶ୍ରେଣୀର ସହରରେ ଗୁଣାତ୍ମକ ଚିକିତ୍ସା ସୁବିଧା ପ୍ରଦାନ କରିବାରେ ଆମେ ଆଗରେ ରହିଛୁ ଏବଂ ଆମ ହସ୍ପିଟାଲ୍ଗୁଡ଼ିକ ଏହି ସହରଗୁଡ଼ିକରେ ଅଗ୍ରଣୀ ସ୍ଥାନରେ ରହିଛନ୍ତି। ସିଏଚ୍ଏଲ୍ ହସ୍ପିଟାଲ୍ସର ସିଏମ୍ଡି ରାଜେଶ ଭାର୍ଗବ କହିଛନ୍ତି ଯେ ବିଗତ ୨୧ ବର୍ଷ ଧରି ଆମ ହସ୍ପିଟାଲ୍ର ଟିମ୍ ଉତ୍କୃଷ୍ଟ ମାନର ରୋଗୀ ସେବା ପ୍ରଦାନ କରୁଥିଲେ। କେୟାର ହସ୍ପିଟାଲ୍ ସହଯୋଗରେ ସେମାନେ ସେହି କାର୍ଯ୍ୟକୁ ଜାରି ରଖିବେ। କେୟାର ହସ୍ପିଟାଲ୍ର ଅଧ୍ୟକ୍ଷ ବିଶାଲ ବେଦୀ କହିଛନ୍ତି ଯେ ଭାରତ ପାଞ୍ଚ ଟ୍ରିଲିଅନ ଡଲାର ଅର୍ଥନୀତିରେ ରୂପାନ୍ତରିତ ହେବାକୁ ଯେଉଁ ଲକ୍ଷ୍ୟ ରଖିଛି ତାହା ଦ୍ବିତୀୟ ଶ୍ରେଣୀର ସହରଗୁଡ଼ିକର ଅଭ୍ୟୁଦୟ ଦ୍ବାରା ସମ୍ଭବ ହେବ। ଏହି ରାଜ୍ୟଗୁଡ଼ିକରେ ସ୍ବାସ୍ଥ୍ୟ ସେବାରେ ବିଶେଷ ଉନ୍ନତି ହେବ। କେୟାର ହସ୍ପିଟାଲ୍ସ ସେହି ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି।
ଇନ୍ଦୋରର ସିଏଚ୍ଏଲ୍ ହସ୍ପିଟାଲ୍ସକୁ କିଣିଲା କେୟାର ହସ୍ପିଟାଲ୍ସ
/sambad/media/post_attachments/wp-content/uploads/2022/07/5sf64h654h56ffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)