କେର୍ଣ୍ଣ ଅଏଲ୍ ଆଣ୍ଡ୍ ଗ୍ୟାସ୍‌ର ନୂଆ ସିଇଓ

ଭୁବନେଶ୍ବର: ବେଦାନ୍ତ ଲିମିଟେଡର ଶାଖା କମ୍ପାନି କେର୍ଣ୍ଣ ଅଏଲ୍ ଆଣ୍ଡ୍ ଗ୍ୟାସର ନୂଆ ସିଇଓ ଭାବେ ଅଜୟ ଦୀକ୍ଷିତ ନିଯୁକ୍ତ ହୋଇଛନ୍ତି। ଏହି ପଦରେ କାର୍ଯ୍ୟ କରୁଥିବା ସୁଧୀର ମାଥୁର ଓହରିଯିବା ପରେ ଅଜୟଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ଶକ୍ତି କ୍ଷେତ୍ରରେ ଅଜୟଙ୍କର ଦୀର୍ଘ ୩୯ ବର୍ଷର ଅଭିଜ୍ଞତା ରହିଛି। ୨୦୧୫ରେ ସେ ବେଦାନ୍ତରେ ଯୋଗଦେଇଥିଲେ। ଏହା ପୂର୍ବରୁ ସେ ସିମେନ୍ସରେ ସିଇଓ (ଦକ୍ଷିଣ ଏସିଆ) ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର