ଏପ୍ରିଲରୁ ମହଙ୍ଗା ହେବ କାର୍‌‌,ବାଇକ୍‌: ମାରୁତି, ହୋଣ୍ଡା, ହିରୋ ଗାଡ଼ି ମୂଲ୍ୟ ବଢ଼ିବ

ନୂଆଦିଲ୍ଲୀ: ଆସନ୍ତାମାସରୁ ମାରୁତି ସୁଜୁକି ଏହାର ସବୁ ମଡେଲ କାର ମୂଲ୍ୟ ବୃଦ୍ଧି କରିବ। ଉଚ୍ଚ ମୁଦ୍ରାସ୍ଫୀତି ଏବଂ ନିୟାମକ ସଂସ୍ଥାର ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଖର୍ଚ୍ଚ ବଢ଼ିଯାଇଛି। ଏଥିପାଇଁ କମ୍ପାନି ଏହାର ଗାଡ଼ି ମୂଲ୍ୟ ବୃଦ୍ଧି କରିବ। ତେବେ କେଉଁ ଗାଡ଼ି ମୂଲ୍ୟ କେତେ ବୃଦ୍ଧି ହେବ ତାହା ‌ଘୋଷଣା କରିନାହିଁ।

ଏହା ବ୍ୟତୀତ ହୋଣ୍ଡା କାର୍‌ସ ଇଣ୍ଡିଆ ମଧ୍ୟ ଏହାର ଆମେଜ୍‌ ମଡେଲ ମୂଲ୍ୟରେ ୧୨ ହଜାର ଟଙ୍କା ବୃଦ୍ଧି କରିବ। ଏପ୍ରିଲ ପହିଲାରୁ କମ୍ପାନି ଏହାକୁ କାର୍ଯ୍ୟକାରୀ କରିବ। ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଁ କମ୍ପାନି ଏଭଳି ନିଷ୍ପତ୍ତି ନେଇଛି। ପୂର୍ବରୁ ଟାଟା ମୋଟର୍ସ ମଧ୍ୟ ଏହାର ବିଭିନ୍ନ ମଡେଲ କାର ମୂଲ୍ୟ ଏପ୍ରିଲ ପହିଲାରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି ଘୋଷଣା କରିସାରିଛି। ଏଥିସହିତ ଦେଶରେ ଏପ୍ରିଲ ପହିଲାରୁ ବାଇକ ଏବଂ ସ୍କୁଟର ମୂଲ୍ୟ ବଢ଼ାଇବ ବୋଲି ଦେଶର ସର୍ବବୃହତ୍ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଘୋଷଣା କରିଛି। ହିରୋ‌ର କେତେକ ଗାଡ଼ି ମୂଲ୍ୟ ୨ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ। ‌ବିଭିନ୍ନ ମଡେଲର ମୂଲ୍ୟ ବୃଦ୍ଧି ଭିନ୍ନ ଭିନ୍ନ ରହିବ।

ସମ୍ବନ୍ଧିତ ଖବର