ଦିଲ୍ଲୀରେ କାର କିଣିବା ମହଙ୍ଗା ହେଲା, ପାର୍କିଂ ଫି ୧୮% ବୃଦ୍ଧି କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ : ଆଜି ଜିଏସଟି କାଉନସିଲ ପକ୍ଷରୁ ପ୍ରାୟ ୩୩ଟି ସାମଗ୍ରୀ ଓ ସେବା ଉପରୁ ଟିକସ ହ୍ରାସ କରି ଶସ୍ତା କରାଯାଇଥିବାବେଳେ ଦିଲ୍ଲୀ ସରକାରଙ୍କ ଏକ ନିଷ୍ପତ୍ତି ସାଧାରଣ ଖାଉଟିଙ୍କୁ ଚିନ୍ତିତ କରିଛି । ଦିଲ୍ଲୀର ପରିବହନ ବିଭାଗ ପକ୍ଷରୁ କାର ଉପରେ ଲାଗୁହେଉଥିବା ଏକକାଳୀନ ପାର୍କିଂ ଫିସକୁ ପ୍ରାୟ ୧୮ ପ୍ରତିଶତ ବୃଦ୍ଧି କରାଯାଇଛି ।

ଏହା ଫଳରେ ଦିଲ୍ଲୀରେ ବିଭିନ୍ନ କାରର ଅନରୋଡ ମୂଲ୍ୟ ୬ ହଜାରରୁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ । ଦିଲ୍ଲୀର ୩ଟି ମ୍ୟୁନିସିପାଲ କର୍ପୋରେସନର ସୁପାରିଶ କ୍ରମେ ପରିବହନ ବିଭାଗ ଏହି ନିଷ୍ପତ୍ତି ନେଇଛି । ଦିଲ୍ଲୀର ପରିବହନ କମିଶନର ନିଜର ଶେଷ କାର୍ଯ୍ୟଦିବସରେ ଏହି ସୁପାରିଶକୁ କାର୍ଯ୍ୟକାରୀ କରିଛନ୍ତି । ତେବେ ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ବସ ଓ ଟାକ୍ସି ଅପରେଟରମାନଙ୍କୁ ଅସନ୍ତୁଷ୍ଟ କରିଛି । କାରଣ ସେମାନଙ୍କର ବାର୍ଷିକ ପାର୍କିଂ ଫି ବୃଦ୍ଧି ପାଇଛି । ବର୍ତ୍ତମାନ ୨୫୦୦ରୁ ୪ ହଜାର ମଧ୍ୟରେ ଥିବା ପାର୍କିଂ ଫି ଏବେ ୧୦ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର