ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଫ୍ଲେକ୍ସ-ଫୁଏଲ୍‌ ପ୍ରଯୁକ୍ତିରେ ଚାଲିବାକୁ ଥିବା ଗାଡ଼ିର ପାଇଲଟ୍‌ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଫ୍ଲେକ୍ସ-ଫୁଏଲ୍‌ ଇଞ୍ଜିନ ଥିବା ଟୟୋଟାର କରୋଲା ଆଲ୍‌ଟିସ୍‌କୁ ବ୍ରାଜିଲ୍‌ରୁ ଆମଦାନି କରି ପ୍ରଦର୍ଶିତ କରାଯାଇଛି। ଏହି ଗାଡ଼ି ୧୦୦% ପେଟ୍ରୋଲ୍‌ ଓ ଇଥାନଲ୍‌ରେ ଚାଲିପାରିବ। ଫ୍ଲେକ୍ସ-ଫୁଏଲ୍‌ ଇଞ୍ଜିନ ଥିବା ଗାଡ଼ିରେ ଏକଧିକ ପ୍ରକାର ଇନ୍ଧନରେ ଚାଲିପାରିବ। ଏହା ଏକ ହାଇବ୍ରିଡ୍ ଗାଡ଼ିରେ ପରିଣତ ହେବ ଯାହା ଇଲେକ୍ଟ୍ରିକ୍ ପାୱାରଟ୍ରେନ୍‌ରେ ମଧ୍ୟ ଚାଲିପାରିବ। ଦରକାର ପଡ଼ିଲେ ପେଟ୍ରୋଲ୍ ସହିତ ଇଥାନଲ୍ କିମ୍ବା ମିଥାନଲ୍‌ର ମିଶ୍ରଣରେ ପ୍ରଯୁକ୍ତି ଇନ୍ଧନରେ ତାହା ଚାଲିପାରିବ। ଫ୍ଲେକ୍ସ-ଫୁଏଲ୍‌ ଇଞ୍ଜିନ ଥିବା ଗାଡ଼ି ବ୍ରାଜିଲ୍, ଆମେରିକା ଓ କାନାଡାରେ ଚାଲୁଛି। ସେହି ସଫଳତାକୁ ଭାରତରେ ଦୋହରାଇବା ଲାଗି ଗଡ଼କରୀ ଲକ୍ଷ୍ୟ ରଖିଛନ୍ତି।