ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା

ମୁମ୍ବାଇ: ଟେଲିକମ୍ ଯନ୍ତ୍ରାଂଶ ଯୋଗାଉଥିବା ସ୍ବିଡେନ୍‌ର ସଂସ୍ଥା ଏରିକ୍‌ସନ୍‌ ପକ୍ଷରୁ ‌ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରାଯାଇଛି। ଅନିଲ ଅମ୍ବାନିଙ୍କ କଂପାନି ରିଲାଏନ୍ସ କମ୍ୟୁନିକେସନ୍ ଉପରେ ଏରିକ୍ସନ୍‌ର କୋଟି କୋଟି ଟଙ୍କା ବାକି ପଡ଼ିଛି। ସେହି ସମସ୍ୟାର ସମାଧାନ କରିବାକୁ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହାକୁ ପାଳନ କରିଥିବାରୁ ଏରିକ୍ସନ୍ ଏହି ମାମଲା ଦାୟର କରିଛି। ଏହା ବ୍ୟତୀତ ଅନିଲଙ୍କ ବିରୋଧରେ କଂପାନି ତୃତୀୟ ଅଦାଲତ ଅବମାନନା ମାମଲା ଦାୟର କରିଛି।

ସମ୍ବନ୍ଧିତ ଖବର