କଳିଙ୍ଗ ସେଲ୍ସରେ ଆକର୍ଷଣୀୟ କ୍ୟାସବ୍ୟାକ୍

ଭୁବନେଶ୍ବର, : କଳିଙ୍ଗ ସେଲ୍ସ ପକ୍ଷରୁ ପୂଜା ବଜାର ପାଇଁ ବିଭିନ୍ନ ପ୍ରକାର ଆକର୍ଷଣୀୟ ଅଫର ରଖାଯାଇଛି। ଦଶହରା ଏବଂ ଦୀପାବଳି ପାଇଁ ଏଠାରେ ଗ୍ରାହକଙ୍କୁ କମ୍ପାନି ଉପହାର ସହିତ ସୋ’ରୁମ୍‌ର ଉପହାର ମଧ୍ୟ ପ୍ରଦାନ କରାଯାଉଛି। ଉତ୍ପାଦ କ୍ରୟ କରିଲେ ଗ୍ରାହକମାନେ ଏଠାରୁ ୧୫ ପ୍ରତିଶତ ଏବଂ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇବା ସୁଯୋଗ ରହିଛି। ସହଜ ଫାଇନାନ୍ସ ସୁବିଧା ବି ମିଳୁଛି। ଶୂନ ପ୍ରତିଶତ ସୁଧ ଏବଂ ଜିରୋ ଡାଉନପେମେଣ୍ଟରେ ଗ୍ରାହକମାନେ ୧୫ଟି ସହଜ କିସ୍ତିରେ ନୂଆ ସାମଗ୍ରୀ କ୍ରୟ କରି ଘରକୁ ନେଇପାରିବେ।

ଭୁବନେଶ୍ବରରେ କଳିଙ୍ଗ ସେଲ୍‌ସର ଗୋଟିଏ ସୋ’ରୁମ୍ ସହିଦ ନଗରଠାରେ ଥିବା‌ବେଳେ ଅନ୍ୟଟି ସୌଭାଗ୍ୟ ନଗରରେ ରହିଛି। ଏହି ଦୁଇଟି ଯାକ ମେଗା ସୋ’ରୁମ୍‌ରେ ନବରାତ୍ରୀଠାରୁ ବ୍ୟବସାୟ ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି। ଆସନ୍ତା ଦୀପାବଳି ପର୍ଯ୍ୟନ୍ତ କଳିଙ୍ଗ ସେଲ୍‌ସରେ ପୂଜା ଅଫର ଉପଲବ୍ଧ ହେବ ବୋଲି ସୋ’ରୁମ୍‌ର ପାର୍ଟନର ପ୍ରିୟବ୍ରତ ରାୟ କୁହନ୍ତି। କଳିଙ୍ଗ ସେଲ୍ସ ଗ୍ରାହକଙ୍କୁ ସାମଗ୍ରୀ ବିକ୍ରି ସମୟରେ ଉତ୍ତମ ସେବା ଯୋଗାଇ ଥାଏ। ବିଶେଷକରି ଗ୍ରାହକଙ୍କ ସମସ୍ୟା ସମାଧାନ ଉପରେ ସର୍ବାଧିକ ଗୁରୁତ୍ବରୋପ କରିଥାଏ ବୋଲି ଶ୍ରୀ ରାୟ କୁହନ୍ତି। କଳିଙ୍ଗ ସେଲ୍‌ସରେ ଏଲ୍‌ଜି, ସାମସଙ୍ଗ, ସୋନି, ପାନାସୋନିକ, ହ୍ବିର୍ଲପୁଲ, ହିଟାଚି, ଫିଲିପ୍ସ, ଲୟଡ, ଭିଡିଓକନ୍, ଡାଇକିନ୍, କ୍ୟାରିୟର, ବ୍ଲୁଷ୍ଟାର ଆଦି ନାମୀଦାମୀ କମ୍ପାନିର ଟିଭି, ଫ୍ରିଜ୍, ୱାସିଂ ମେସିନ, ୱାଟର ପ୍ୟୁରିଫାୟର, ଏସି ଆଦି ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର