ନୂଆଦିଲ୍ଲୀ: ବ୍ୟାଙ୍କରେ ଜମା ହେବା ପାଇଁ ଆସୁଥିବା ନୋଟ୍କୁ ୪୮ ଘଣ୍ଟା ପାଇଁ ରିସାଇକେଲ୍ ନକରିବା ବା କାହାରିକୁ ନଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୋଟ୍ରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି କେରଳରେ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି। ୪୮ ଘଣ୍ଟା ପରେ ସେହି ନୋଟ୍କୁ ବାହାରକୁ ପଠାଇବା ପାଇଁ ପରାମର୍ଶ ଦିଆଯାଇଛି। କେରଳରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ସଦସ୍ୟ ଥିବା ସବୁ ବ୍ୟାଙ୍କକୁ ଦିଆଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି,, ବ୍ୟାଙ୍କକୁ ଆସୁଥିବା ନୋଟ୍ ଗୁଡ଼ିକୁ ପୃଥକ ଭାବେ ରଖାଯିବ। ସେଗୁଡ଼ିକ ଅଲଗା ଗୁଡ଼ାଇ ରଖିବା ସହିତ ତାହା ଉପରେ ତାରିଖ ଲେଖାଯିବ। ଏଥିସହିତ ୪୮ ଘଣ୍ଟା ପରେ ଯାଇ ସେହି ନୋଟ୍ଗୁଡ଼ିକୁ ବାହାରକୁ ଛଡ଼ାଯିବ। ନୋଟରେ କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ରହିଛି। ସ୍ବାସ୍ଥ୍ୟ ବିଭାଗ ମଧ୍ୟ ନୋଟରେ କରୋନା ଭୂତାଣୁ ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ତିଷ୍ଠି ରହିପାରୁଛନ୍ତି ବୋଲି କହିଛି। ଏହାକୁ ଦୃଷ୍ଟିରେ ରଖି କାନାରା ବ୍ୟାଙ୍କ ପକ୍ଷରୁ କେରଳରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ସବୁ ସଦସ୍ୟଙ୍କ ପାଇଁ ଏକ ସର୍କୁଲାର ଜାରି କରିଛି। ମୁହଁରେ ମାସ୍କ, ହାତରେ ଗ୍ଲୋଭସ ପିନ୍ଧିବା ସହିତ ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ଏବଂ ଅନ୍ୟାନ୍ୟ ସମସ୍ତ ସତର୍କତା ଅବଲମ୍ବନ କରିବା ପାଇଁ ବ୍ୟାଙ୍କ କର୍ମଚାରୀମାନଙ୍କୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଇଣ୍ଡିଆନ୍ ବ୍ୟାଙ୍କସ ଆସୋସିଏସନ ମଧ୍ୟ ନୋଟ୍ ଛୁଇଁବା ବା ଗଣିବା ପରେ ହାତକୁ ସାବୁନରେ ଅତିକମ୍ରେ ୨୦ ସେକେଣ୍ଡ ଧୋଇବା ପାଇଁ ପରାମର୍ଶ ଦେଇଥିଲା। ଆବଶ୍ୟକ ନଥିଲେ ବ୍ୟାଙ୍କ ଶାଖାକୁ ନଯାଇ ଡିଜିଟାଲ କାରବାର କରିବା ପାଇଁ ମଧ୍ୟ କହିଥିଲା।
ବ୍ୟାଙ୍କରେ ଜମା ହେଉଥିବା ନୋଟ୍କୁ ୪୮ ଘଣ୍ଟା ପରେ ବାହାରକୁ ପଠାଇବାକୁ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2020/01/22575-atm-cash-ians.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)