ଭୁବନେଶ୍ୱର: ମୁମ୍ବାଇଠାରେ ଅନୁଷ୍ଠିତ କ୍ୟାଷ୍ଟ୍ରଲ୍‌ ସୁପର ମେକାନିକ୍‌ ସର୍ବଭାରତୀୟ ପ୍ରତିଯୋଗିତାର ଫାଇନାଲ୍‌ରେ ଭାରତ ଶ୍ରେଷ୍ଠ କ୍ୟାଷ୍ଟ୍ରଲ୍‌ ସୁପରମେକାନିକ୍‌ ମୁକୁଟ ହାସଲ କରିବା ପାଇଁ ସାରା ଦେଶରୁ ବଛା ହୋଇଥିବା ତିନି ଜଣିଆ ମେକାନିକ୍‌ ବିଶିଷ୍ଟ ୮ଟି ଟିମ୍‌ ପ୍ରତିଦ୍ୱନ୍ଦିତା କରିଥିଲେ। ରାଜସ୍ଥାନର ଧର୍ମେଶ ଶର୍ମା, ଜିତେନ୍ଦ୍ର ସାଇନି ଏବଂ ଜାକିର ହୁସେନ୍‌ ବିଜେତା ଘୋଷିତ ହୋଇଛନ୍ତି। ସାରା ଦେଶରୁ ଅଂଶଗ୍ରହଣ କରିଥିବା ପ୍ରାୟ ୬୦,୦୦୦ ମେକାନିକ୍‌ମାନଙ୍କ ମଧ୍ୟରେ ଦୁଇଟି ପର୍ଯ୍ୟାୟର କଠିନ ପ୍ରତିଯୋଗିତା ଶେଷ ହେବା ପରେ ଫାଇନାଲ୍‌ ରାଉଣ୍ଡ୍‌ ପାଇଁ ଯୋଗ୍ୟତା ହାସଲ କରିଥିବା ମେକାନିକ୍‌ମାନଙ୍କ ଜ୍ଞାନ ଏବଂ ଦକ୍ଷତା ପରଖିବା ପାଇଁ ସେମାନଙ୍କୁ ଫାଇନାଲ୍‌ ରାଉଣ୍ଡ୍‌ରେ କୁଇଜ୍‌ ଏବଂ ପ୍ରାକ୍ଟିକାଲ୍‌ ପର୍ଯ୍ୟାୟ ଦେଇ ଗତି କରିବାକୁ ପଡ଼ିଥିଲା। ଏସିଆ ପାସିଫିକ୍‌ ଫାଇନାଲ୍‌ ପାଇଁ ବିଜେତାମାନଙ୍କୁ କଂପାନିର ଉପସଭାପତି-ମାର୍କେଟିଂ କେଦାର ଆପ୍ତେ ଶୁଭେଚ୍ଛା ଜଣାଇଛନ୍ତି।