ଏଣିକି ଠକମାନେ ଦେଶ ଛାଡ଼ିବା ପୂର୍ବରୁ ଧରାହେବେ

ନୂଆଦିଲ୍ଲୀ: କୋଟି କୋଟି ଟଙ୍କାର ଠକେଇ କରି ଦେଶରୁ ପଳାୟନ କରୁଥିବା ଠକମାନଙ୍କ ଉପରେ ଲଗାମ ଲଗାଇବା ପାଇଁ ସରକାର ଏବଂ ରିଜର୍ଭ ବ୍ୟାଙ୍କ ମିଳିତ ଭାବେ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ରିଜର୍ଭ ବ୍ୟାଙ୍କ ଏବଂ ଆର୍ଥିକ ଗୁଇନ୍ଦା ୟୁନିଟ୍‌ ପକ୍ଷରୁ ଏଭଳି ଏକ ବ୍ୟବସ୍ଥା ବିକଶିତ କରାଯାଉଛି ଯାହା ଜରିଆରେ କେଉଁମାନେ ଦେଶ ଛାଡ଼ିବାକୁ ମନ ସ୍ଥିର କରୁଛନ୍ତି ତାହା ଆଗୁଆ ଜଣାପଡ଼ିବ। ଅତୀତର କେତେକ ଘଟଣାକୁ ଅନୁଧ୍ୟାନ କରି ରିଜର୍ଭ ବ୍ୟାଙ୍କ ଜାଣିବାକୁ ପାଇଛି ଯେ ଦେଶ ଛାଡ଼ିବାର ଛଅ ମାସ ପୂର୍ବରୁ ଠକମାନେ ସବୁ ବ୍ୟବସ୍ଥା କରୁଛନ୍ତି। ହଠାତ ସେମାନଙ୍କର ବିଦେଶରେ କାରବାର ପରିମାଣ ବହୁତ ବଢ଼ିଯାଏ। ନିଜର ମୂଳ କଂପାନି ହେଉ କିମ୍ବା ବିଦେଶରେ ଥିବା ଶାଖା କଂପାନି, ଯେକୌଣସି ସଂସ୍ଥା ଜରିଆରେ ସେମାନେ ନିଜର ଅଧିକାଂଶ ସମ୍ପତ୍ତି ବିଦେଶକୁ ନେଇଯିବାରେ ସଫଳ ହୁଅନ୍ତି। ଏହା ପରେ ସେମାନେ ଦେଶ ଛାଡ଼ି ଚାଲିଯାଉଛନ୍ତି। ଯେଉଁ କେତେକ ମାମଲାରେ ବିଦେଶ କାବରାର ପରିମାଣରେ ହଠାତ ବହୁ ପରିମାଣର ବୃଦ୍ଧି ଦେଖାଦେବ ସେଗୁଡ଼ିକ ବିଷୟରେ ତଦନ୍ତ ଏଜେନ୍ସିଗୁଡ଼ିକ ଆଗୁଆ ସୂଚନା ଦିଆଯିବ।

ସମ୍ବନ୍ଧିତ ଖବର