ଶରୀରରୁ ଦୁର୍ଗନ୍ଧ ବାହାରୁଥିବା ହେତୁ ବିମାନ ଯାତ୍ରା କରିବାରୁ ବଞ୍ଚିତ ହେଲେ ପତିପତ୍ନୀ ଓ ୧୯ ମାସର ପିଲା

ଓ୍ଵାଶିଂଟନ: ଆମେରିକାର ମିଆଁମି ବିମାନ ବନ୍ଦରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଶରୀରରୁ ଦୁର୍ଗନ୍ଧ ଆସୁଥିବା କାରଣରୁ ପତିପତ୍ନୀ ଓ ସେମାନଙ୍କର ୧୯ ମାସର କଅଁଳା ଶିଶୁ ବିମାନ ଯାତ୍ରା କରିବାରୁ ବଞ୍ଚିତ ହୋଇଛନ୍ତି। ସେମାନେ ବିମାନ ଭିତରେ ପଶିବା ପରେ ବିମାନ ମଧ୍ୟରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀମାନେ ତାଙ୍କ ଶରୀରର ଗନ୍ଧ ନ ସହ୍ୟ କରିପରି ବିମାନ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ଆଣିଥିଲେ। ଫଳରେ ୟସି ଆଡଲର୍‌, ତାଙ୍କ ପତ୍ନୀ ଜେନି ଓ ୧୯ ମାସର ଝିଅଙ୍କୁ ବାଧ୍ୟ ହୋଇ ନିଜ ଘରକୁ ଫେରିବାକୁ ପଡ଼ିଥିଲା।

 

ୟସି ଆଡଲର ଏ ସଂପର୍କରେ ଗଣମାଧ୍ୟମରେ କହିଛନ୍ତି କି ‘ସବୁ କିଛି ଅଚାନକ ଭାବେ ଘଟିଗଲା। ବିମାନ କର୍ମଚାରୀ ଗେଟ୍‌ ପାଖରେ ଆସି ଦୁଃଖ ପ୍ରକାଶ କରିବା ସହ କହିଥିଲେ କି, କିଛି ଲୋକ ମୋ ଶରୀରର ଗନ୍ଧ ହେତୁ ଅଭିଯୋଗ ଆଣିବା ହେତୁ ମୋତେ ଆଉ ସେମାନେ ବିମାନରେ ଯାତ୍ରା କରାଇ ପାରିବେ ନାହିଁ।

ସମ୍ବନ୍ଧିତ ଖବର