ନୂଆଦିଲ୍ଲୀ: ଏକ ଲାଞ୍ଚ ଅଭିଯୋଗ ମାମଲାରେ ସିବିଆଇ ପକ୍ଷରୁ ଆଜି ସିବିଆଇ ପକ୍ଷରୁ ଟାଟା ପ୍ରୋଜେକ୍ଟସ୍ ଓ ପାୱାର ଗ୍ରିଡ୍ର ୬ ଜଣ ଅଧିକାରୀଙ୍କୁ ଗିରଫ କରାଯାଇଛି। ପାୱାର ଗ୍ରିଡ୍ର ଇଡି ବି ଏସ୍ ଝା ଓ ଟାଟା ପ୍ରୋଜେକ୍ଟସ୍ର କାର୍ଯ୍ୟନିର୍ବାହୀ ଭିପି ଦେଶରାଜ ପାଠକ ଓ ସହକାରୀ ଭିପି ଆର୍ ଏନ୍ ସିଂହ ସମେତ ଅନ୍ୟ ତିନି ଅଧିକାରୀଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ସିବିଆଇ ପକ୍ଷରୁ ଗାଜିଆବାଦ, ନୋଏଡା ଓ ଗୁରୁଗ୍ରାମର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା ଓ ଗୁରୁଗ୍ରାମରେ ଥିବା ଝାଙ୍କ ଘରୁ ୯୩ ଲକ୍ଷ ଟଙ୍କା ଜବତ କରାଯାଇଛି। ଝା’ ଏବେ ଇଟାନଗରରେ କାମ କରୁଛନ୍ତି।
ଅଭିଯୋଗ ହୋଇଛି ଯେ ଲାଞ୍ଚ ନେଇ ଝା’ ଟାଟା ପ୍ରୋଜେକ୍ଟସ୍କୁ ବିଭିନ୍ନ ପ୍ରକଳ୍ପର କାମ ଦେଉଥିଲେ। ଯେଉଁ ସ୍ଥାନରେ ଲାଞ୍ଜ କାରବାର ହେବାର ଥିଲା ସେଠାରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ସିବିଆଇର ଟିମ୍ ଗିରଫ କରିଥିଲା। ସମସ୍ତଙ୍କୁ ପଞ୍ଚକୁଲା କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କୁ ଜୁଲାଇ ୧୫ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ପାୱାର ଗ୍ରିଡ୍ର ପ୍ରକଳ୍ପ କାର୍ଯ୍ୟର ବରାଦ ଟାଟା ପ୍ରୋଜେକ୍ଟସ୍କୁ ଦେବା ଲାଗି ଝା’ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ତାଙ୍କ ସହ ଟାଟା ପ୍ରୋଜେକ୍ଟସ୍ର ଅଧିକାରୀମାନେ ଅପରାଧିକ ଷଡ଼୍ଯନ୍ତ୍ରରେ ଲିପ୍ତ ଥିଲେ।