କଳାଧନ ପଠାଇଥିବା ସଂସ୍ଥା ପଛରେ ସିବିଆଇ

ନୂଆଦିଲ୍ଲୀ: ବିଦେଶକୁ କଳାଧନ ପଠାଉଥିବା ୫୧ଟି ସଂସ୍ଥା ବିରୋଧରେ ସିବିଆଇ ମାମଲା ଦାୟର କରିଛି। ଏହି ସବୁ ସଂସ୍ଥା ୨୦୧୪-୧୫ରେ ହଂକଂକୁ ୧୦୩୮ କୋଟି ଟଙ୍କାର କଳାଧନ ପଠାଇଥିବା ଅଭିଯୋଗ ହୋଇଛି। ଚେନ୍ନାଇର କିଛି ବାସିନ୍ଦା ଏହି କାରସାଦି କରିଥିଲେ। ସେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଷ୍ଟେଟ୍‌ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର କିଛି ଅଧିକାରୀଙ୍କୁ ହାତ କରି କଳାଧନ ବାହାରକୁ ପଠାଇଥିଲେ। ଅଭିଯୁକ୍ତମାନେ ୪୮ଟି ସଂସ୍ଥା ନାମରେ ୫୧ଟି ଚଳନ୍ତୀ ଜମା ଖାତା ଖୋଲିଥିଲେ।

ସମ୍ବନ୍ଧିତ ଖବର