ମାଲ୍ୟାଙ୍କ ୧୨୫୦୦ କୋଟି ସମ୍ପତ୍ତି ବାଜ୍ୟାପ୍ତ ହେବ

ନୂଆଦିଲ୍ଲୀ: ନୂଆକରି ପ୍ରସ୍ତୁତ ପଳାତକ ଅର୍ଥନୈତିକ ଅପରାଧୀ ଆଇନ ଆଇନ ଅନୁଯାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଗ୍ରସର ହୋଇଛି। ମାଲ୍ୟାଙ୍କୁ ଏହି ନୂଆ ଆଇନ ଅନୁଯାୟୀ ପଳାତକ ଘୋଷଣା କରିବାକୁ ଇଡି ଅଦାଲତକୁ ଯାଇଛି। ଏଥିସହିତ ମାଲ୍ୟାଙ୍କର ୧୨୫୦୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିବା ଲାଗି ମଧ୍ୟ ଇଡି ଆବେଦନ କରିଛି। ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତରେ ଇଡି ଏହି ଆବେଦନ କରିଛି। ଏଥିରେ ମାଲ୍ୟାଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି।

ସମ୍ବନ୍ଧିତ ଖବର