ହାଇଦ୍ରାବାଦ: ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ଏଣ୍ଟରପ୍ରାଇଜ (ଆଇପିଇ) ୨୦୨୩ ବର୍ଷର ସମାବର୍ତ୍ତନ ଉତ୍ସବ ହାଇଦ୍ରାବାଦର ସମିରପେଟସ୍ଥିତ ଏନଏନଆର ପୁଷ୍ପା କନଭେନସନଠାରେ ପାଳନ କରିଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାସାଚୁସେଟ୍‌ସ ବିଶ୍ବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ଡ ଜୟତୀ ଘୋଷ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇପିଇର ବୋର୍ଡ ଅଫ ଗଭର୍ଣ୍ଣର୍ସର ସଭାପତି ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟ ସଚିବ କେ ମାଧବ ରାଓ, ଭାରତୀୟ ଷ୍ଟେଟ ବ୍ୟାଙ୍କର ପୂର୍ବତନ ସିଜିଏମ୍‌ (ଏଲ୍ ଆଣ୍ଡ ଡି), କର୍ପୋରେଟ୍ ସେଣ୍ଟରର ମହାପରା ଅଲ୍ଲୀ, ଆଇପିଓର ପୂର୍ବତନ ନିର୍ଦ୍ଦେଶ ଡ ୟେରମ ରାଜୁ, ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର କେ ହର ଗୋପାଳ, ନିର୍ଦ୍ଦେଶକ ପ୍ରଫେସର ଏସ ଶ୍ରୀନିବାସ ମୂର୍ତ୍ତି, ଆଇପିଇ ସିଓଇର ପ୍ରଫେସର ଏମଏଲଏନ ରାଓ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ୨୦୨୩ ସମାବର୍ତ୍ତନ ଉତ୍ସବରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯୪୮ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହି ସାର୍ଟିଫିକେଟ ଗ୍ରହଣ କରିଥିଲେ। ୨୦୧୯ ବର୍ଷ ପାଇଁ ଡି ଲକ୍ଷ୍ମୀ ସ୍ବାଥୀ, ୨୦୨୦ ବର୍ଷ ପାଇଁ ଅଭିମନ୍ୟୁ ଦେୱାନ, ୨୦୨୧ ବର୍ଷ ପାଇଁ ଶର୍ମିଷ୍ଠା ମୁଖାର୍ଜୀ ଏବଂ ୨୦୨୨ ବର୍ଷ ପାଇଁ ବି ବର୍ଷା ମେଡାଲ ପାଇଥିଲେ।

Advertisment