ନୂଆଦିଲ୍ଲୀ/ ଭୁବନେଶ୍ୱର: ଏସବିଆଇ କାର୍ଡ ପକ୍ଷରୁ ଏହାର କାର୍ଡଧାରୀମାନଙ୍କ ପାଇଁ ୩ ଅକ୍ଟୋବର ୨୦୨୧ରୁ ‘ଦମଦାର ଦଶ’ ନାମକ ତିନି ଦିନିଆ ମେଗା ସପିଙ୍ଗ ଉତ୍ସବ ଅଫର ୨୦୨୧ ଆରମ୍ଭ ଘୋଷଣା କରାଯାଇଛି । ଏହି ସ୍ୱତନ୍ତ୍ର ପ୍ରକାର ଅନଲାଇନ୍ ସପିଙ୍ଗ୍ ଉତ୍ସବରେ ଏସବିଆଇ କାର୍ଡଧାରୀମାନେ ଯେକୌଣସି ଘରୋଇ ଇ-କମର୍ସ ସାଇଟ୍ରେ ଅନଲାଇନ୍ ସପିଙ୍ଗ୍ କରିବାର ସ୍ୱାଧୀନତା ପାଇବେ ଏବଂ ୧୦ ପ୍ରତିଶତ କ୍ୟାସବ୍ୟାକ୍ ପାଇବା କେବଳ ଗୋଟିଏ କିମ୍ବା ଦୁଇଟି ସାଇଟ୍ରେ ସୀମିତ ରହିବ ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇଏମଆଇ କାରବାରର ବଢ଼ୁଥିବା ଲୋକପ୍ରିୟତା ଅନୁରୂପ ଅନଲାଇନ୍ ମର୍ଚାଂଟ୍ ଇଏମ୍ଆଇ କାରବାରରେ ମଧ୍ୟ ଏହି ଅଫର ଉପଲବ୍ଧ ହେବ। ଏହା ମାଧ୍ୟମରେ ଗ୍ରାହକମାନେ ମୋବାଇଲ୍ ଏବଂ ଆକ୍ସେସୋରିଜ୍, ଟିଭି ଏବଂ ବଡ଼ ଉପକରଣ, ଲାପଟପ, ଟାବଲେଟ୍, ହୋମ ଫର୍ଣ୍ଣିସିଂ ଏବଂ ରୋଷେଇ ଉପକରଣ, ଫେସନ ଏବଂ ଜୀବନଶୈଳୀ, କ୍ରୀଡ଼ା ଏବଂ ଫିଟନେସ୍ ଇତ୍ୟାଦି ବ୍ୟାପକ ପ୍ରକାରର ଉତ୍ପାଦ କିଣିବାରେ ସକ୍ଷମ ହେବେ ଏବଂ କ୍ୟାସବ୍ୟାକ୍ ପାଇବେ ବୋଲି ଏସବିଆଇ କାର୍ଡର ପରିଚାଳନା ନିର୍ଦେଶକ ତଥା ସିଇଓ ରାମ ମୋହନ ରାଓ ଅମାରା କହିଛନ୍ତି।
ଏସ୍ବିଆଇ କାର୍ଡର ଦମଦାର ଦଶ ଉତ୍ସବ
/sambad/media/post_attachments/wp-content/uploads/2021/09/SBI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)