ବ୍ୟୟ କଟକଣା ହଟାଇଲା କେନ୍ଦ୍ର

ନୂଆଦିଲ୍ଲୀ : କୋଭିଡ୍ ମହାମାରୀର ପ୍ରଭାବ ଦୂର ହେଉଥିବା ବେଳେ ଅର୍ଥନୈତିିକ ସ୍ଥିତିରେ ସୁଧାର ହେଉଥିବାରୁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବ୍ୟୟ ଉପରେ ଯେଉଁ କଟକଣା ଲଗାଯାଇଥିଲା ତାହାକୁ କେନ୍ଦ୍ର ସରକାର ହଟାଇ ନେଇଛନ୍ତି। କୋଭିଡ୍‌ ମାମଲାକୁ ଦୃଷ୍ଟିରେ ରଖି ଗତ ଜୁନ୍‌ରେ ଅର୍ଥ ମନ୍ତ୍ରଣାଳୟ ଏହି କଟକଣା ଲଗାଇଥିଲା। କଟକଣା ହଟିଥିବାରୁ ଏବେ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ମଞ୍ଜୁର ହୋଇଥିବା ନିଜ ମାସିକ ଓ ତ୍ରୟମାସିକ ବ୍ୟୟ ଯୋଜନା ଅନୁସାରେ ଖର୍ଚ୍ଚ କରିପାରିବେ। ତେବେ ୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଖର୍ଚ୍ଚକୁ ଅର୍ଥନୈତିକ ବ୍ୟାପାର ବିଭାଗର ବଜେଟ୍‌ ଡିଭିଜନ୍ ଜାରି କରିଥିବା ଗାଇଡ୍‌ଲାଇନ୍ ଆଧାରରେ ପରିଚାଳନା କରରାଯିବ।

ସମ୍ବନ୍ଧିତ ଖବର