ଦୁର୍ନୀତି ବିରୋଧରେ ସେଣ୍ଟ୍ରାଲ୍ ବ୍ୟାଙ୍କର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର: ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦୁର୍ନୀତି ବିରୋଧରେ ସ୍କୁଲ୍‌ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ସମେତ ସମାଜର ବିଭିନ୍ନ ବର୍ଗରେ ସଚେତନତା ସୃଷ୍ଟି କରୁଛି। ବ୍ୟାଙ୍କର ମୁଖ୍ୟ ଭିଜିଲାନ୍ସ ଅଧିକାରୀ ପଶୁର୍ରାମ ପଣ୍ଡା କହିଛନ୍ତି ଯେ, ଋଣ ପାଇଁ ଲାଞ୍ଚ ଦେବା ଏକ ଦଣ୍ଡନୀୟ ଅପରାଧ। ଏନେଇ ବ୍ୟାଙ୍କ ପକ୍ଷରୁ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ବେଆଇନ କାରବାରକୁ ରୋକିବା ପାଇଁ ବ୍ୟାଙ୍କ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। କର୍ମଚାରୀଙ୍କ ହେଉଥିବା ଦୁର୍ନୀତିକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ସେଣ୍ଟ୍ରାଲ୍ ବ୍ୟାଙ୍କ ବ୍ୟବସ୍ଥା ଗ୍ରହଣ କରିଛି। ଏହାର ୩୮ ହଜାରରୁ ଅଧିକ କର୍ମଚାରୀମାନଙ୍କ ମଧ୍ୟରୁ କିଛି ହାତଗଣତି କର୍ମଚାରୀଙ୍କ ନାମରେ ଦୁର୍ନୀତି କିମ୍ବା ବେଆଇନ କାର୍ଯ୍ୟ ଭଳି ଅଭିଯୋଗ କଦବା କ୍ବଚିତ ଆସିଛି। ଯେଉଁମାନଙ୍କ ଅଭିଯୋଗ ପ୍ରମାଣିତ ହୋଇଛି, ସେମାନଙ୍କ ବିରୋଧରେ ବ୍ୟାଙ୍କ କର୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶ୍ରୀ ପଣ୍ଡା ବ୍ୟାଙ୍କର ଶାଖା ମୁଖ୍ୟ ଏବଂ ୪୦୦-୫୦୦ କର୍ମଚାରୀଙ୍କୁ ଉଦ୍‌ବୋଧନ ଦେଇ ଦୁର୍ନୀତି ଠାରୁ ଦୂରେଇ ରହିବାକୁ ଆହ୍ବାନ ଦେଇଥିଲେ।

ସମ୍ବନ୍ଧିତ ଖବର