ଭୁବନେଶ୍ୱର: ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସେଣ୍ଟ୍ରାଲ୍ ଅଫିସ୍ର ମହାପ୍ରବନ୍ଧକ ମୁକୁଲ ଏନ୍ ଦାଣ୍ଡିଗେ ଦୁଇ ଦିନିଆ ଭୁବନେଶ୍ବର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ ଭୁବନେଶ୍ୱର କ୍ଷେତ୍ରର ସାମଗ୍ରିକ ବିକାଶ ଉପରେ ସମୀକ୍ଷା କରିବା ସହ ଚାର୍ଟାର୍ଡ ଆକାଉଟାଣ୍ଟମାନଙ୍କ ସହ ଆୟୋଜିତ ବୈଠକରେ ଯୋଗ ଦେଇ ବ୍ୟାଙ୍କର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଭାବ ବିନିମୟ କରିଥିଲେ ।
ଏଥି ସହିତ ସେ ମଧ୍ୟ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କନ୍ଫେରେନ୍ସ ହଲ୍ ଠାରେ ଆୟୋଜିତ ଏକ ମେଗା ବହୁମୁଖୀ ଋଣ ଶିବିରରେ ଗ୍ରାହକମାନଙ୍କୁ ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରିଥିଲେ। ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର କ୍ଷେତ୍ର, ମହାପ୍ରବନ୍ଧକଙ୍କ ଉପସ୍ଥିତିରେ ୧୫୦ ଜଣ ଗ୍ରାହକଙ୍କ ପାଇଁ ପାଖାପାଖି ୧୦୦ କୋଟି ଟଙ୍କାର ଋଣ ମଞ୍ଜୁର କରିଥିଲେ। ବ୍ୟାଙ୍କର ବରିଷ୍ଠ କ୍ଷେତ୍ରୀୟ ପ୍ରବନ୍ଧକ ପ୍ରଦୀପ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହାୟକ ମହାପ୍ରବନ୍ଧକ ସୁରେଶ ଗୋଲାନି, ମୁଖ୍ୟ ମହାପ୍ରବନ୍ଧକ ଏମ୍.କେ. ତ୍ରିପାଠୀ , ଲୋକେଶ ଭଗତ, ଏସ୍ସି ମହାନ୍ତି ଓ ବରିଷ୍ଠ ପ୍ରବନ୍ଧକ ସନ୍ଦୀପ ଶତପଥୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/29-3.jpg)