ନୂଆଦିଲ୍ଲୀ: କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ କାମ ହେଉଛି ଦରଦାମ୍ ନିୟନ୍ତ୍ରଣ କରିବା। ଯଦି ସେମାନେ ତାହା ଉପରେ ଗୁରୁତ୍ବ ଦେବେ ତେବେ ସେମାନଙ୍କ କାମ ସହଜ ହୋଇଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ସାରା ବିଶ୍ବର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇ ସେ କହିଛନ୍ତି ଯେ ମୁଦ୍ରାନୀତି ଜରିଆରେ ଏକାଧିକ ଲକ୍ଷ୍ୟ ହାସଲ କରିବା ବଦଳରେ କେବଳ ଦରଦାମ୍ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯାଉ। ମୁଦ୍ରାସ୍ଫୀତି ଏକ ନିର୍ଦିଷ୍ଟ ସୀମା ଅତିକ୍ରମ କରିବା ପରେ ତାହା କିଭଳି ନିୟନ୍ତ୍ରଣକୁ ଆସିବ ସେହି କାମ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକୁ ଭଲ ଭାବେ ଜଣା। ଯଦି ତାଙ୍କୁ କେବଳ ସେହି କାମ କରିବାକୁ କୁହାଯିବ ତେବେ ସେମାନଙ୍କ ପାଇଁ କାମ ସହଜ ହୋଇଯିବ ବୋଲି ରାଜନ କହିଛନ୍ତି।ଜଳବାୟୁ ପରିବର୍ତ୍ତନର ମୁକାବିଲା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କେନ୍ଦ୍ରୀୟ ବ୍ୟାଙ୍କ ପାଇଁ ଅତିରିକ୍ତ ଦାୟିତ୍ବ। ସେହି ସମସ୍ୟାକୁ ନିର୍ଦିଷ୍ଟ ପ୍ରକାର ନୀତି ଜରିଆରେ ସହଜରେ ମୁକାବିଲା କରାଯାଇପାରିବ। ମୁଦ୍ରାସ୍ଫୀତିର ମୁକାବିଲା କରିବା ଲାଗି ସୁଧ ବଢ଼ାଇବାରେ ବିଳମ୍ବ ହୋଇଥାଇପାରେ, କିନ୍ତୁ ସେମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କୁହାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଦରଦାମ୍କୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ଆମେରିକାଠାରୁ ଆରମ୍ଭ କରି ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ସବୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁଧରେ ବୃଦ୍ଧି କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ତିନି ଥରରେ ସୁଧ ହାରରେ ୧.୪୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛି।
କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ କାମ ଦରଦାମ୍ ନିୟନ୍ତ୍ରଣ: ରାଜନ
/sambad/media/post_attachments/wp-content/uploads/2019/12/raghuram-rajan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)