ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ରେ ସରକାର ୧୫.୪ ଲକ୍ଷ କୋଟି ଟଙ୍କାର ଋଣ କରିବେ। ଅର୍ଥନୀତିର ଗତିକୁ ତ୍ବରାନ୍ବିତ କରିବା ଲାଗି ବ୍ୟୟ ବଢ଼ାଇବା ଜରୁରୀ ହୋଇପଡ଼ିଥିବାରୁ ସରକାର ରେକର୍ଡ ପରିମାଣର ଋଣ ଉଠାଇବାକୁ ସାହସ ଜୁଟାଇଛନ୍ତି। ଅର୍ଥାତ୍ କେନ୍ଦ୍ର ସରକାର ଦିନକୁ ୪ହଜାର ୨୨୭ କୋଟି ଟଙ୍କାର ଋଣ କରିବେ। ଆହୁରି ସରଳ ଭାବେ କହିଲେ, କେନ୍ଦ୍ର ପ୍ରତି ଘଣ୍ଟାରେ ୧୭୬ କୋଟି ଟଙ୍କା ଋଣ କରିବ। ୨୦୨୩-୨୪ରେ ସରକାର ବଜାରରୁ ଏବଂ ପ୍ରତିଭୂତି ଆକାରରେ ୧୧.୮ ଲକ୍ଷ କୋଟି ଟଙ୍କାର ଋଣ ଆଣିବେ।
ବଳକା ରାଶିକୁ ସ୍ବଳ୍ପ ସଞ୍ଚୟ ସ୍କିମ୍ ଏବଂ ଅନ୍ୟାନ୍ୟ ଉତ୍ସରୁ ଅଣାଯିବ। ମୋଟ ଉପରେ ୧୫.୪ ଲକ୍ଷ କୋଟି ଟଙ୍କାର ଋଣ କରାଯିବ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସରକାର ୧୪.୨୧ ଲକ୍ଷ କୋଟି ଟଙ୍କାର ଋଣ କରିବାକୁ ବଜେଟ୍ରେ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଚଳିତ ବର୍ଷ ଜାନୁଆରି ୨୭ ସୁଦ୍ଧା ୧୨.୯୩ ଲକ୍ଷ କୋଟି ଟଙ୍କାର ଋଣ କରାଯାଇସାରିଲାଣି। କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ସରକାର ଯେତିକି କୋଟି ଟଙ୍କାର ଋଣ କରିବେ ତାହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୮୩% ସହ ସମାନ। ୨୦୨୧-୨୨ରେ ସରକାର ୧୨,୦୫,୫୦୦ କୋଟି ଟଙ୍କାର ଋଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/564g654da65dggdadag.jpg)