ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଟିକସ କମ୍ କରିବେ ନାହିଁ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଆଜି ଏଭଳି ଆଭାସ ପ୍ରଦାନ କରିଛନ୍ତି। ଫେସବୁକ୍ରେ ଏକ ଲେଖା ପୋଷ୍ଟ୍ କରି ସେ ସରକାରଙ୍କ ପକ୍ଷକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି।
ଜେଟ୍ଲି ଲେଖିଛନ୍ତି ଯେ, ବେତନଭୋଗୀମାନେ ନିଷ୍ଠାର ସହିତ ଟିକସ ଦେଉଛନ୍ତି। କିନ୍ତୁ, ଅନ୍ୟ କ୍ଷେତ୍ରରୁ ଯେତିକି ପରିମାଣର ଟିକସ ଆଦାୟ ହେବା କଥା ତାହା ହେଉନାହିଁ। ଯଦି ଏହି ସବୁ କ୍ଷେତ୍ର ନିଷ୍ଠାର ସହିତ ଟିକସ ପୈଠ କରିବେ ତେବେ ଟିକସ ରାଜସ୍ୱ ବଢ଼ାଇବା ପାଇଁ ତେଲ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଠିକଠାକ୍ ଠିକସ ପୈଠ କରିବା ପାଇଁ ସେ ନାଗରିକମାନଙ୍କୁ ଆହ୍ଵାନ ଦେଇଛନ୍ତି।
ଟିକସ ପରିମାଣ ବଢ଼ାଇବା ପାଇଁ ସରକାର ବହୁତ ଉଦ୍ୟମ କରୁଛନ୍ତି। ଏହାର ପରିଣାମ ସ୍ୱରୂପ କିଛି ବର୍ଷ ଭିତରେ ଜିଡିପିକୁ ଟିକସ ଅନୁପାତ ୧୦%ରୁ ବଢ଼ି ୧୧.୫% ହୋଇଯାଇଛି। ଅଣ-ତୈଳ କ୍ଷେତ୍ରରୁ ଟିକସ ଆଦାୟ ମଧ୍ୟ ବଢ଼ିଛି ବୋଲି ଜେଟ୍ଲି ଜଣାଇଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ କିଛି ଦିନ ତଳେ କହିିଥିଲେ ଯେ, ତେଲ ଟିକସକୁ ଲିଟର ପିଛା ୨୫ ଟଙ୍କା କମ୍ କରିବାର ସୁଯୋଗ ରହିଛି। ଚିଦମ୍ବରମ୍ଙ୍କ ନାମ ନଲେଖି ସେ ପରୋକ୍ଷରେ ଜଣାଇଛନ୍ତି ଯେ ମୋର ଜଣେ ମହାମାନ୍ୟ ପୂର୍ବସୂରୀ ଏଭଳି କରିବାକୁ କେବେ ସାହସ କରିନଥିଲେ। ସେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା କାର୍ଯ୍ୟକାରୀ କଲେ ଭାରତୀୟ ଅର୍ଥନୀତି ଋଣ ଜାଲରେ ପଡ଼ିଯିବ ଯେଉଁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସମ୍ଭବପର ହେବନାହିଁ।
କେନ୍ଦ୍ର କମାଇବନି ତେଲ ଟିକସ
/sambad/media/post_attachments/wp-content/uploads/2018/06/oil-tax.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)