ନୂଆଦିଲ୍ଲୀ: କେନ୍ଦ୍ରସରକାର ବେତନରୁ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ୍) କଣ୍ଟ୍ରିବ୍ୟୁସନ୍ର ପରିମାଣ କମ୍ କରିବା ପାଇଁ ବିଚାର-ବିମର୍ଷ କରୁଛନ୍ତି। ଏହାଫଳରେ କର୍ମଚାରୀମାନଙ୍କ ପାଖକୁ କଟି କରି ଆସୁଥିବା ବେତନ ପରିମାଣର ମୂଲ୍ୟ ଅଧିକ ରହିବ। ଶ୍ରମ ମନ୍ତ୍ରାଳୟ ଏକ କମିଟି ଗଠନ କରିଛି। ଏହି କମିଟି କର୍ମଚାରୀଙ୍କ ଏହି କଣ୍ଟ୍ରିବ୍ୟୁସନ୍ର ସୀମାକୁ ନେଇ ଚର୍ଚ୍ଚା କରୁଛି। ନାମ ପ୍ରକାଶ ନକରି ଜଣେ ଅଧିକାରୀ କହିଛନ୍ତି, କମିଟି ଏହି ମାସ ଶେଷ ସୁଦ୍ଧା ନିଜର ନିଷ୍ପତ୍ତି ଶୁଣାଇବ।
ପ୍ରକାଶିତ ରିପୋର୍ଟ ମୁତାବକ, ବର୍ତ୍ତମାନ ସମୟରେ ସୋସିଆଲ ସିକ୍ୟୁରିଟି କଣ୍ଟ୍ରିବ୍ୟୁସନ୍ କର୍ମଚାରୀଙ୍କ ମୂଳ ବେତନ ୨୦ ପ୍ରତିଶତ ରହିଛି। ଏଥିରୁ କର୍ମଚାରୀଙ୍କ ଅଂଶର ୧୨ ପ୍ରତିଶତ ରହିଛି, ଯାହାକି ପିଏଫ୍ ଖାତାକୁ ଆସିଥାଏ। ବାକି ୧୨ ପ୍ରତିଶତ କମ୍ପାନି ନିଜ ଭାଗରେ ଜମା କରିଥାଏ। ଏହି ଟଙ୍କା ପେନ୍ସନ୍ ଖାତା, ପିଏଫ୍ ଖାତା ଓ ଡିପୋଜିଟ ଲିଙ୍କଡ୍ ବୀମା ଯୋଜନା ଆଦିରେ ବିଭାଜିତ ହୋଇ ରହିଥାଏ। ପିଏଫ୍ କଣ୍ଟ୍ରିବ୍ୟୁସନ୍ ବ୍ୟବସ୍ଥାରେ ପରିବର୍ତ୍ତନ ହେବା ପରେ କମ୍ପାନି ଓ କର୍ମଚାରୀଙ୍କ କଣ୍ଟ୍ରିବ୍ୟୁସନ୍ ହ୍ରାସ ପାଇ ୧୦ ପ୍ରତିଶତ କରାଯିବ। ଏହି କାରଣରୁ କର୍ମଚାରୀଙ୍କ ପାଖକୁ ଅପେକ୍ଷା ଅଧିକ ବେତନ ଆସିବ। ଯେଉଁ ସଂସ୍ଥାରେ ୨୦ରୁ କମ୍ କର୍ମଚାରୀ କାର୍ଯ୍ୟରତ ଅଛନ୍ତି, ପ୍ରଥମେ ସେଠାରୁ ୧୦ପ୍ରତିଶତ କଣ୍ଟ୍ରିବ୍ୟୁସନ୍ ନିୟମ ଲାଗୁ କରାଯିବାର ଯୋଜନା ରହିଛି।