ନୂଆଦିଲ୍ଲୀ: କେନ୍ଦ୍ର ରେଳବାଇ(ସିଆର) ଅନଧିକୃତ ଏଜେଣ୍ଟଙ୍କ ବିରୋଧରେ ଚଳିତ ମାସରୁ ଏକ ଅନୁସନ୍ଧାନ ଅଭିଯାନ ଆରମ୍ଭ କରିଛି। ଯେଉଁମାନେ କି ଅନ୍ଲାଇନ୍ରେ ବଲକ୍ ଟିକେଟ ବୁକିଂ କରିବା ସହିତ ବେଆଇନ୍ ସଫ୍ଟଓୟାର ବ୍ୟବହାର କରି କଳା ବ୍ୟବସାୟ ଚଳାଇଥାଆନ୍ତି।
ଦୀପାବଳି ସମୟରେ କେନ୍ଦ୍ର ରେଳାବାଇ ଟିକେଟ ନ ଥାଇ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ସର୍ବମୋଟ ୧୧କୋଟି ଟଙ୍କା ସଂଗ୍ରହ କରିଛି। ପାର୍ବଣ ସମୟରେ ରେଳବାଇ ପୁଲିସ୍ ଫୋର୍ସ (ଆରପିଏଫ୍) ଓ ସିଆର କର୍ମସିଆଲ ଓ ଭିଜିଲାନ୍ସ ବିଭାଗ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଆକସ୍ମିକ ଭାବେ ଚଢ଼ଉ କରି ଯାତ୍ରୀଙ୍କ ଠାରୁ ବେଆଇନ ଟିକେଟକୁ ଜବତ କରିବା ସହିତ କେତେଜଣଙ୍କୁ ଗିରଫ ମଧ୍ୟ କରିଥିଲେ।
/sambad/media/post_attachments/wp-content/uploads/2017/10/6811-railways-wikipedia.jpg)
ସିଆର ମୁଖ୍ୟ ପିଆର୍ଓ ସୁନୀଲ ଉଦାସୀଙ୍କ କହିବାନୁସାରେ, ଅକ୍ଟୋବର ୧୫ରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ(ସିଏସ୍ଏମ୍ଟି)ଆଉଟଲେଟରୁ ୨୧ଟି ଟିକେଟକୁ ବାତିଲ କରାଯାଇଥିଲା। ଯାହାର ମୂଲ୍ୟ ପାଖାପାଖି ୮୦, ୭୫୦ଟଙ୍କା ଥିଲା। ଏଥିସହିତ ନଗଦ ୪୫,୭୫୦ଟଙ୍କା, ୫୮ ଭରାଯାଇଥିବା ଫର୍ମ, ସିପିୟୁ, ଏକ୍ସଟରନାଲ ହାର୍ଡଡିସ୍କ, ରସିଦ ବହି ଓ ଅନ୍ୟାନ୍ୟ ଦସ୍ତାବିଜ ଜବତ କରିବା ସହିତ ଏହାର ମାଲିକଙ୍କୁ ଗିରଫ କରାଯାଇଥିଲା।
ତେବେ ପାର୍ବଣ ସମୟରେ ଏଭଳି ଠକ ଏଜେଣ୍ଟମାନେ ଯାତ୍ରୀମାନଙ୍କୁ ଠକି ସେମାନଙ୍କ ଠାରୁ ଅର୍ଥନେଇ ବେଆଇନ ଭାବେ ବ୍ୟବସାୟ ଚଳାଇଥାଆନ୍ତି। ତେଣୁ ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଆମେ ଏହି ଅଭିଯାନ ଆରମ୍ଭ କରିଥିଲୁ, ଯାହାକୁ ଜାରି ମଧ୍ୟ ରଖାଯିବ ବୋଲି କହିଛନ୍ତି ସୁନୀଲ ଉଦାସୀ।
/sambad/media/post_attachments/wp-content/uploads/2017/10/403422-railways-rains-pti.jpg)
ସୂଚନା ଅନୁସାରେ, ଅନାଧିକୃତ ଏଜେଣ୍ଟ ବେଆଇନ ସପ୍ଟଓ୍ଵୟାର ଖୋଲିଥିଲେ। ଯାହାର ନାମ ‘ଏନ୍ଇଓ’ ରଖିଥିଲେ। ଏହି ‘ଏନ୍ଇଓ’ ଜରିଆରେ ୪୧ ନକଲି ଆଇଡି ଖୋଲି ଅନାଧିକୃତ ଏଜେଣ୍ଟ ଟିକେଟ ବୁକ୍ କରୁଥିଲେ । ଚଳିତ ମାସରେ ଏଭଳି ଅନାଧିକୃତ ଏଜେଣ୍ଟଙ୍କ ଠାରୁ ୧.୫ଲକ୍ଷ ଟଙ୍କା ଓ ୩୨ ଇ-ଟିକେଟ ଜବତ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ରେଳବାଇ ଅଧିନିୟମ ଧାରା ୧୪୩ ଅନୁଯାୟୀ ବେଆଇନ ଟିକେଟ କାରବାର କରୁଥିବା ନେଇ ମାମଲା ରୁଜୁ କରାଯାଇଛି।
ଗତବର୍ଷ ଅକ୍ଟୋବର ୧ରୁ ଅକ୍ଟୋବର ୨୧ ପର୍ଯ୍ୟନ୍ତ ୧୧.୩୫ କୋଟି ଟଙ୍କା ଏଭଳି ବ୍ୟବସାୟରୁ ଜବତ କରାଯାଇଛି। ଯେଉଁଥିରୁ ବେଆଇନ୍ ଭାବେ ଟିକେଟ କାଟିବାର କାରବାରରେ ୭.୦୩ କୋଟି ସଂଗ୍ରହ ହୋଇଥିଲା। ଏହି ମାମଲା ୬୧.୪୮ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/mum-platform-people.jpg)