ନୂଆଦିଲ୍ଳୀ: ରେଲୱେ ରିକ୍ରୁଇଟ୍‌ମେଣ୍ଟ୍‌ ସେଲ୍‌(ଆର୍‌ଆର୍‌ସି) ସର୍ବନିମ୍ନ ମାଟ୍ରିକ୍‌ ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ ନେଇଆସିଛି। ପ୍ରାୟ ୨୫୩୨ ପଦବୀରେ ନିଯୁକ୍ତି ଲାଗି ସୂଚନା ପ୍ରକାଶ ପାଇଛି ।ଏଥି ପାଇଁ ଆବେଦନ ପ୍ରକ୍ରିୟା ୨୦୨୧ ଫେବ୍ରୁଆରି ୬ ତାରିଖରୁ ଆରମ୍ଭ ହୋଇଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Advertisment

ଆବେଦନର ତାରିଖ ଫେବ୍ରୁଆରି ୬ ତାରିଖରୁ ଆରମ୍ଭ ହୋଇ ମାର୍ଚ ୫ ତାରିଖ ପର୍ଯ୍ୟନ୍ତ ରହିଛି। ଆ‌ବେଦନ କରିବା ପାଇଁ ଆବେଦନକାରୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌(୫୦% ମାର୍କ)ରେ ହୋଇଥିବା ଆବଶ୍ୟକ।

ଏହି ଚାକିରି ପାଇଁ ବୟସ ସୀମା ୧୫ରୁ ୨୪ ବର୍ଷ ରଖାଯାଇଛି। www.rrccr.com ୱେ୍‌ସାଇଟ୍‌ ଜରିଆରେ ଇଚ୍ଛୁକମାନେ ଚାକିରି ପାଇଁ ଆବେଦନ କରିପାରି‌ବେ ବୋଲି ସୂଚନା ରହିଛି।

ଜେନେରାଲ୍‌ ଓ ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁକ୍ଳ ୧୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି/ ମହିଳାମାନଙ୍କ ପାଇଁ କୌଣସି ଆବେଦନ ଶୁକ୍ଳ ନାହିଁ।

ଅନ୍‌ଲାଇନ୍‌ ଜରିଆରେ ଆବେଦନ କରିବା ସମୟରେ ଡେବିଟ୍‌ କାର୍ଡ/କ୍ରେଡିଟ୍‌ କାର୍ଡ/ ନେଟ୍‌ ବ୍ୟଙ୍କିଂ ଜରିଆରେ ଆବେଦନ ଶୁକ୍ଳ ଜମା କରାଯାଇ ପାରିବ।