ନୂଆଦିଲ୍ଲୀ: ଗହମ ରପ୍ତାନି ବିଷୟରେ ଆଲୋଚନା କରିବା ଲାଗି କେନ୍ଦ୍ର ସରକାର ୯ଟି ଦେଶକୁ ପ୍ରତିନିଧି ଦଳ ପଠାଇବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପ୍ରତିନିଧିମାନେ ଯିବାକୁ ଥିବା ଦେଶଗୁଡ଼ିକ ହେଉଛି ମୋରୋକୋ, ଟୁନିସିଆ, ଇଣ୍ଡୋନେସିଆ, ଫିଲିପ୍ପିନ୍ସ୍, ଥାଇଲାଣ୍ଡ୍, ଭିଏତ୍ନାମ, ତୁର୍କୀ, ଆଲ୍ଜେରିଆ ଏବଂ ଲେବାନନ୍।
ଗୁରୁବାର ଦିନ ଏ ସଂକ୍ରାନ୍ତରେ ଜାରି ବିବୃତିରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ କହିଛି, ବିଶ୍ବରେ ଚାହିଦା ବୃଦ୍ଧି ପାଉଥିବାରୁ ୨୦୨୨-୨୩ରେ ୧୦ ନିୟୁତ ମିଲିୟନ୍ଟନ୍ ଗହମ ରପ୍ତାନି କରିବା ଲାଗି ଭାରତ ଲକ୍ଷ୍ୟ ଧାର୍ଯ୍ୟ କରିଛି।
୨୦୨୧-୨୨ରେ ଭାରତ ୨.୦୫ ବିଲିୟନ୍ ମୂଲ୍ୟର ୭ ମିଲିୟନ୍ ଟନ୍ ଗହମ ରପ୍ତାନି କରିଥିଲା। ସେଥିରୁ ୫୦% ଗହମ ବାଂଲାଦେଶକୁ ରପ୍ତାନି ହୋଇଥିଲା। ଇଜିପ୍ଟ୍ ମଧ୍ୟ ଭାରତରୁ ୬.୧ ମିଲିୟନ୍ ଟନ୍ ଗହମ ଆମଦାନି କରିଥିଲା।
‘କୃଷିଜାତ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ କର୍ତ୍ତୃପକ୍ଷ’ ଆନୁକୂଲ୍ୟରେ ବିଭିନ୍ନ ମନ୍ତ୍ରାଳୟରୁ ପ୍ରତିନିଧିମାନଙ୍କୁ ସାମିଲ କରି କେନ୍ଦ୍ର ସରକାର ଗହମ ରପ୍ତାନି ପାଇଁ ଟାସ୍କ୍ ଫୋର୍ସ ଗଠନ କରିଛନ୍ତି।
/sambad/media/post_attachments/wp-content/uploads/2022/05/wheat1-1024x568.jpg) Image Courtesy of The Financial Express
 Image Courtesy of The Financial Expressକୃଷି ମନ୍ତ୍ରାଳୟ କହିଛି ଯେ, ବିଶ୍ବବ୍ୟାପୀ ଭାରତୀୟ ଗହମର ଚାହିଦା ବୃଦ୍ଧି ପାଉଥିବାରୁ ଜଣେ ବୈଶ୍ବିକ ଗହମ ଯୋଗାଣକାରୀ ଭାବେ ସୁନାମ ଅର୍ଜନ କରିବାରେ ଦେଶକୁ ସହାୟତା କରିବା ନିମନ୍ତେ କୃଷକ, ବ୍ୟବସାୟୀ ଏବଂ ରପ୍ତାନିକାରୀମାନେ ଗହମର ମାନ ଉପରେ ଧ୍ୟାନ ଦିଅନ୍ତୁ।
ଏଥିପାଇଁ ବାଣିଜ୍ୟ ବିଭାଗ ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନ ଭଳି ପ୍ରମୁଖ ଗହମ ଉତ୍ପାଦନକାରୀ ରାଜ୍ୟମାନଙ୍କୁ ନେଇ ବୈଠକ କରିବାକୁ ଯାଉଛି।
ଉନ୍ନତ ମାନର ଗହମ ରପ୍ତାନି ପ୍ରସାର ଲାଗି ‘କୃଷିଜାତ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ କର୍ତ୍ତୃପକ୍ଷ’ ମଧ୍ୟ ହରିୟାଣାର କର୍ଣ୍ଣାଲ୍ରେ କୃଷକ, ବ୍ୟବସାୟୀ ଏବଂ ରପ୍ତାନିକାରୀମାନଙ୍କ ସହ ପୃଥକ୍ ଆଲୋଚନା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/wheat.jpg)
