ଭୁବନେଶ୍ବର: ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଏଲ୍ଟିଆଇମାଇଣ୍ଡ୍ଟ୍ରି ସିଏସ୍ଆର୍ ସହଯୋଗିତାରେ ‘ଏମ୍ପାୱାର୍ମେଣ୍ଟ’ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ୮୦୦ ଗ୍ରାମୀଣ ଯୁବକଯୁବତୀଙ୍କୁ ତାଲିମ ଓ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବବର୍ଷଗୁଡ଼ିକରେ ୨୦୦୦ରୁ ଅଧିକ ଆର୍ଥିକ ଅନଗ୍ରସର ପ୍ରାର୍ଥୀଙ୍କୁ ତାଲିମ ସହ ନିଯୁକ୍ତି ପ୍ରଦାନ କରାଯାଇଥିଲା। ନୂଆ ସଂସ୍କରଣକୁ ୫୦ ପ୍ରାର୍ଥୀଙ୍କ ସହ ଆରମ୍ଭ କରାଯାଇଛି। ସେମାନଙ୍କୁ ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ୍ ଓ ସିଏନ୍ସି ଅପରେଟର ତାଲିମ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଏଲ୍ଟିଆଇମାଇଣ୍ଡଟ୍ରିର ଆଞ୍ଚଳିକ ନିର୍ଦେଶକ-ସିଏସ୍ଆର୍ ଆଣ୍ଡ୍ ସଷ୍ଟେନେବିଲିଟି ଜିତେନ୍ଦ୍ର ଘନଗାସ ଯୋଗ ଦେଇ ଏହି ଅଭିଯାନରେ ଯୁବବର୍ଗଙ୍କୁ ଆବଶ୍ୟକ ତାଲିମ ଓ ଟୁଲ୍ ପ୍ରଦାନ କରି ଗ୍ରାମୀଣ ଗୋଷ୍ଠୀଙ୍କୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଥିଲେ। ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ପ୍ରୋ ଭାଇସ୍ ଚାନ୍ସେଲର୍ ଡ. ଅଜୟ କୁମାର ନାୟକ ଶିଳ୍ପ ସମନ୍ବିତ ତାଲିମର ମହତ୍ବ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଶ୍ବବିଦ୍ୟାଳୟର ସିଏଫ୍ଓ ଦେବାଶିଷ ପଣ୍ଡା, ବରିଷ୍ଠ ମହାପ୍ରବନ୍ଧକ (ପ୍ରକଳ୍ପ) ସଞ୍ଜୀବ ମିଶ୍ର, ଗ୍ରାମ ତରଙ୍ଗର ଉପ ପରିଚାଳନା ନିର୍ଦେଶକ ସ୍ବାଗତିକା ମହାପାତ୍ର ଉପସ୍ଥିତ ଥିଲେ।
ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ-ଏଲ୍ଟିଆଇମାଇଣ୍ଡଟ୍ରିର ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଏଲ୍ଟିଆଇମାଇଣ୍ଡ୍ଟ୍ରି ସିଏସ୍ଆର୍ ସହଯୋଗିତାରେ ‘ଏମ୍ପାୱାର୍ମେଣ୍ଟ’ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ୮୦୦ ଗ୍ରାମୀଣ ଯୁବକଯୁବତୀଙ୍କୁ ତାଲିମ ଓ ନିଯୁକ୍ତି ସୁଯୋଗ...
/sambad/media/media_files/2025/08/13/untitled-3-2025-08-13-05-28-31.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)