ଭୁବନେଶ୍ବର: ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ୍ (ସିୟୁଟିଏମ୍)କୁ ଜାତୀୟ ମୂଲ୍ୟାଙ୍କନ ଓ ସ୍ବୀକୃତି ପରିଷଦ (ନାକ୍) ପକ୍ଷରୁ ଏ+ ମାନ୍ୟତା ପ୍ରଦାନ କରାଯାଇଛି। ଭିତ୍ତିଭୂମି, ଶିକ୍ଷାଦାନ ପ୍ରକ୍ରିୟା, ଅନୁସନ୍ଧାନ, ସୁଶାସନ ଭଳି ବିଭିନ୍ନ ମାନଦଣ୍ଡକୁ ଆଧାର କରି ନାକ୍ ମାନ୍ୟତା ପ୍ରଦାନ କରିଥାଏ। ସିୟୁଟିଏମ୍କୁ ଦିଆଯାଇଥିବା ମାନ୍ୟତା ବିଶ୍ବବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ଗୁଣାତ୍ମକ ଶିକ୍ଷାଦାନର ଏକ ପ୍ରମାଣ। ଏହି ମାନ୍ୟତା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ କେନ୍ଦ୍ର ଉଚ୍ଚ ଶିକ୍ଷା ବିଭାଗ, ଦକ୍ଷତା ବିକାଶ ମନ୍ତ୍ରାଳୟ, ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ, ଦକ୍ଷତା ବିକାଶ ବିଭାଗ, ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ, ଶିଳ୍ପ ସହଯୋଗୀମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।
ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ହେଉଛି ଏକ ରାଜ୍ୟ ବେସରକାରୀ ଦକ୍ଷତା ବିଶ୍ବବିଦ୍ୟାଳୟ ଯାହା ସ୍କୁଲରୁ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବଢ଼ାଉଥିବା ବେଳେ କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସେମାନଙ୍କୁ ସକ୍ଷମ କରୁଛି। ଏହା ରାଜ୍ୟ ସରକାରଙ୍କ ସ୍ବୀକୃତିପ୍ରାପ୍ତ ଏକ ଦକ୍ଷତା ବିଶ୍ବବିଦ୍ୟାଳୟ ଏବଂ ଏହାକୁ ଭାରତ ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରାଳୟର ସ୍ବୀକୃତି ମଧ୍ୟ ମିଳିଛି। ଏହା ହେଉଛି ଏକମାତ୍ର ଘରୋଇ ବିଶ୍ବବିଦ୍ୟାଳୟ ଯାହାର ଛଅଟିରୁ ତିନିଟି କ୍ୟାମ୍ପସ୍ ଆଦିବାସୀ ଅଞ୍ଚଳରେ ରହିଛି