ଭୁବନେଶ୍ବର: ପାରଳାଖେମୁଣ୍ଡିରେ ଅବସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଫିସେରି ବିଭାଗରେ ପଢ଼ାଯାଉଥିବା ମତ୍ସ୍ୟବିଜ୍ଞାନ ଡିଗ୍ରି (ବିଏଫ୍‌ଏସ୍‌ସି) ପାଠ୍ୟକ୍ରମ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର୍‌)ରୁ ଅନୁମୋଦନ ଲାଭ କରିଛି। ଏହି ସ୍ୱୀକୃତି ସହିତ ମହାବିଦ୍ୟାଳୟ ମତ୍ସ୍ୟ ବିଜ୍ଞାନ କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଏହି ପାଠ୍ୟକ୍ରମରେ ଜଳଚର, ମତ୍ସ୍ୟ ଉତ୍ସ ପରିଚାଳନା, ମତ୍ସ୍ୟ ପ୍ରକ୍ରିୟାକରଣ ପ୍ରଯୁକ୍ତିବିଦ୍ୟା, ଜଳ ପରିବେଶ ପରିଚାଳନା, ମତ୍ସ୍ୟ ଇଞ୍ଜିନିୟରିଂ, ଜଳଜନ୍ତୁ ପ୍ରାଣୀ ସ୍ୱାସ୍ଥ୍ୟ ପରିଚାଳନା, ମତ୍ସ୍ୟ ସମ୍ପ୍ରସାରଣ, ଅର୍ଥନୀତି ଏବଂ ପରିସଂଖ୍ୟାନ ଭଳି ବିଭିନ୍ନ ବିଷୟ ଅନ୍ତର୍ଭୁକ୍ତ।ଏହି ଅନୁମୋଦନ ପାଇ ଆମେ ଅତ୍ୟନ୍ତ ଆନନ୍ଦିତ ବୋଲି ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଫେସର ଡି ଏନ ରାଓ କହିଛନ୍ତି।