ନୂଆଦିଲ୍ଲୀ : ବୁଡ଼ିଯାଉଥିବା ୟେସ୍ ବ୍ୟାଙ୍କକୁ ସମ୍ଭାଳିବା ଲାଗି ଏହାର ସିଇଓ ପ୍ରଶାନ୍ତ କୁମାରଙ୍କୁ ଅନେକ କଷ୍ଟ କରିବାକୁ ପଡ଼ୁଛି। ୫୯ ବର୍ଷ ବୟସର କୁମାର ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ବିତ୍ତ ଅଧିକାରୀ ଭାବେ ଭଲ ସ୍ଥାନରେ ଥିଲେ। କିନ୍ତୁ ଷ୍ଟେଟ୍ ବ୍ୟାଙ୍କ ନେତୃତ୍ବରେ କିଛି ବ୍ୟାଙ୍କ ମିଳିତ ଭାବେ ୟେସ୍ ବ୍ୟାଙ୍କକୁ ଉଦ୍ଧାର କରିବା ପରେ ଏହି ଦେବାଳିଆ ବ୍ୟାଙ୍କର ଭାଗ୍ୟ ବଦଳାଇବାର କଷ୍ଟକର ଦାୟିତ୍ବ କୁମାରଙ୍କୁ ଦିଆଯାଇଥିଲା। ପ୍ରାରମ୍ଭିକ ସମୟରେ ବହୁତ ଅସୁବିଧା ହୋଇଥିଲା। ଗ୍ରାହକମାନେ ବିପୁଳ ପରିମାଣର ଜମା ରାଶି ଉଠାଇ ନେଉଥିଲେ। ସେ ପ୍ରତିଦିନ ବ୍ୟାଙ୍କର ୧୦-୧୫ ଜଣ ଗ୍ରାହକଙ୍କ ସହ କଥା ହୋଇ ସେମାନଙ୍କୁ ଷ୍ଟେଟ୍ ବ୍ୟାଙ୍କର ବିଶ୍ବାସ ଦେବାକୁ ପ୍ରୟାସ କରୁଥିଲେ। ଏବେ କୁମାରଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ୁଛି। ଲମ୍ବା ସମୟ ପର୍ଯ୍ୟନ୍ତ କାମ କରିବା ପରେ ରାତିରେ ସେ ମାତ୍ର ଚାରି ଘଣ୍ଟା ଶୋଇପାରୁଥିବା କହିଛନ୍ତି।
ମାତ୍ର ଚାରି ଘଣ୍ଟା ଶୋଉଛନ୍ତି ୟେସ୍ ବ୍ୟାଙ୍କ ସିଇଓ
/sambad/media/post_attachments/wp-content/uploads/2020/08/PRASHANTKUMARYESBANK.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)