ଆସନ୍ତାବର୍ଷ ଫେବ୍ରୁଆରିରେ କମିବ ଆୟକର ବୋଝ !

ନୂଆଦିଲ୍ଲୀ: ଆସନ୍ତାବର୍ଷ ଫେବ୍ରୁଆରିରେ ଆଗତ ହେବାକୁ ଥିବା ସାଧାରଣ ବଜେଟ୍‌‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକରଦାତାମାନଙ୍କୁ ଖୁସି କରିପାରନ୍ତି। ଅର୍ଥନୀତି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ଚାହିଦାରେ ସୁଧାର ଆଣିବା ଲାଗି ଅର୍ଥମନ୍ତ୍ରୀ ଲୋକଙ୍କ ହାତରେ ଅଧିକ ଟଙ୍କା ଦେବାକୁ ଏଭଳି ଯୋଜନା କରୁଥିବା ନେଇ ତଥ୍ୟାଭିଜ୍ଞ ମହଲ ଅନୁମାନ କରୁଛନ୍ତି। ଆୟକର ଛାଡ଼ ସୀମା ବୃଦ୍ଧି ସହିତ ସ୍ଲାବ୍‌ରେ ମଧ୍ୟ ପରିବର୍ତ୍ତନ ଆଣିପାରନ୍ତି।

ଏବେ ଦେଶରେ ଅଢ଼େଇ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତି ୫ ପ୍ରତିଶତ ହାରରେ ଆୟକର ଦେଉଥିବା ବେଳେ ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତି ୪୨.୭୪ ପ୍ରତିଶତ ହାରରେ ଆୟକର ଦେଉଛନ୍ତି। ଏସିଆରେ ଲୋକମାନେ ଦେଉଥିବା ସର୍ବୋଚ୍ଚ ଆୟକର ହାରାହାରି ୨୯.୯୯ ପ୍ରତିଶତ ରହିଛି ବୋଲି କେପିଏମଜି ପକ୍ଷରୁ କୁହାଯାଇଛି। ଦେଶରେ କେବଳ ୫ ପ୍ରତିଶତ ଲୋକ ଆୟକର ପ୍ରଦାନ କରୁଛନ୍ତି ଏବଂ ଟିକସ-ଜିଡିପି ଅନୁପାତ ପ୍ରାୟ ୧୧ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଅଧିକ ସଂଖ୍ୟକ ବ୍ୟକ୍ତିଙ୍କୁ ଆୟକର ପରିଧିକୁ ଆଣିବା ଲାଗି ସରକାର ପ୍ରୟାସ କରୁଛନ୍ତି।

ସମ୍ବନ୍ଧିତ ଖବର