ରୁଚି ଫେଷ୍ଟିଭାଲ ଅଫର୍‌ରେ କାର୍‌ ଜିତିବା ସୁଯୋଗ

କଟକ  : ଅଗ୍ରଣୀ ମସଲା ଉଦ୍ୟୋଗ ରୁଚି ପକ୍ଷରୁ ରୁଚି ଫେଷ୍ଟିଭାଲ ଅଫର ଘୋଷଣା କରାଯାଇଛି। ଏଥିରେ ବମ୍ପର ପୁରସ୍କାର ଭାବେ ଦୁଇଟି କାର୍‌ ବ୍ୟତୀତ ଅନ୍ୟାନ୍ୟ ପୁରସ୍କାର ଭାବେ ଦୁଇଟି ସ୍କୁଟର,ଗୃହ ଉପକରଣ ସାମଗ୍ରୀ, ସ୍ବର୍ଣ୍ଣ, ରୌପ୍ୟ ମୁଦ୍ରା ଓ ସ୍ମାର୍ଟ ୱାଚ୍ ଭଳି ଉପହାର ଜିତିବା ପାଇଁ ଗ୍ରାହକଙ୍କ ପାଖରେ ସୁଯୋଗ ରହିଛି। ୧୯୭୬ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ସଂସ୍ଥା ୪୭ବର୍ଷର ସଫଳ ଯାତ୍ରା ପାଇଁ ଗ୍ରାହକଙ୍କ ଋଣ ଶୁଝିବାକୁ ବର୍ଷ ପରେ ବର୍ଷ ତା’ର ପ୍ରତିଶ୍ରୁତି ପାଳନ କରୁଛି ବୋଲି କଂପାନିର ପରିଚାଳନା ନିର୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଛନ୍ତି। ରୁଚି କରି ପାଉଡ଼ର, ଚିକେନ ମସଲା ଓ ମିଟ୍ ମସଲାର ୧୦୦ ଗ୍ରାମ ଓ ୫୦ ଗ୍ରାମ ପ୍ୟାକ୍ ଏବଂ ୨୫ ଗ୍ରାମର ଗରମ ମସଲା ପ୍ୟାକ୍ ସହିତ ୫୦ ଗ୍ରାମର ଫିସ୍‌ ମସଲା, ଡାଲମା ପାଉଡ଼ର, ଚାଟ୍ ମସଲା ଓ ଦମ୍ ଆଳୁ ମସଲା ପ୍ୟାକ୍ ଉପରେ ପୁରସ୍କାର ଜିତିବାର ସୁଯୋଗ ରହିଛି। ପ୍ରତି ରୁଚି ମସଲା ପ୍ୟାକ୍ ଖୋଳ ଭିତରେ ଥିବା ୱିନିଂ କୋଡ୍ ନମ୍ବର ଦେଖି ତାକୁ ୭୨୩୧୦୦୬୦୦୬ ନମ୍ବରରେ ଏସ୍‌ଏମ୍ଏସ୍‌ କରିବା ପରେ ଲକି ଡ୍ର ଜରିଆରେ ଏହା ପୁରସ୍କାର ପାଇଁ ପାଇଁ ଗ୍ରାହକ ଯୋଗ୍ୟ ବିବେଚିତ ହେବେ।

ସମ୍ବନ୍ଧିତ ଖବର