ଋଣ ମାମଲାରେ ମୁହଁ ଖୋଲିଲେ ଚନ୍ଦା କୋଚ୍ଚର

ମୁମ୍ବାଇ: ଭିଡିଓକନ୍‌ ଋଣ ବିବାଦକୁ ନେଇ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଆଜି ବ୍ୟାଙ୍କର ଆର୍ଥିକ ଫଳାଫଳ ଘୋଷଣା କରିବା ବେଳେ ତାଙ୍କୁ ସାମ୍ବାଦିକମାନେ ଭିଡିଓକନ୍‌ ବିବାଦ ସମ୍ପର୍କିତ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଚନ୍ଦା କହିଛନ୍ତି ଯେ ଆଉ ଅଧିକ କିଛି କହିବାର ନାହିଁ। ଯାହା କହିବାର ଥିଲା ତାହା ବୋର୍ଡ ପୂର୍ବରୁ ସ୍ପଷ୍ଟ କରିସାରିଛି। ଭିଡିଓକନ୍‌ ଋଣ ବିବାଦ ସାମ୍ନାକୁ ଆସିବା ପରେ ବ୍ୟାଙ୍କର ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ ଆମର ସିଇଓଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି। ସେ କୌଣସି ଭୁଲ୍‌ କାମ କରିନାହାନ୍ତି।
ଚନ୍ଦା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆଜିର ବୋର୍ଡ ବୈଠକରେ ଭିଡିଓକନ୍‌ ଋଣ ମାମଲା ବିଷୟରେ କୌଣସି ଆଲୋଚନା ହୋଇନାହିଁ। ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ବ୍ୟାବସାୟିକ ଫଳାଫଳ ଘୋଷଣା କରାଯାଇଛି। ବ୍ୟାଙ୍କର ନିଟ୍‌ ଲାଭ ୫୦% ପର୍ଯ୍ୟନ୍ତ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର