ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ଏମ୍ଡି ଓ ସିଇଓ ପଦରୁ ବିତାଡ଼ିତ ହୋଇଥିବା ଚନ୍ଦା କୋଚ୍ଚରଙ୍କୁ ଆଜି ସୁପ୍ରିମ୍ କୋର୍ଟରେ ଝଟ୍କା ଲାଗିଛି। ବ୍ୟାଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରି ସେ ସୁପ୍ରିମ୍ କୋର୍ଟ ଯାଇଥିଲେ। ବ୍ୟାଙ୍କ ଏବଂ କର୍ମଚାରୀଙ୍କ ଭିତରେ ନିଯୁକ୍ତି ଏକ ଘରୋଇ ଚୁକ୍ତି। ଏହା ଆମ ପରିସୀମା ଅଧୀନରେ ଆସୁନାହିଁ ବୋଲି କୋର୍ଟ ଚନ୍ଦାଙ୍କୁ କହିଛନ୍ତି। ଏହା ପୂର୍ବରୁ ବମ୍ବେ ହାଇକୋର୍ଟ ମଧ୍ୟ ତାଙ୍କ ଆବେଦନକୁ ଖାରଜ କରିଥିଲେ। ଆଉ ଏକ ଘଟଣାକ୍ରମରେ ଚନ୍ଦାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ଜାମିନ ଦେବାକୁ ଏକ କୋର୍ଟ ମନା କରିଦେଇଛନ୍ତି। ଦୀପକଙ୍କୁ ଇଡି ଗିରଫ କରିଥିଲା।
ଚନ୍ଦାଙ୍କୁ ସୁପ୍ରିମ୍ କୋର୍ଟରେ ଝଟ୍କା
/sambad/media/post_attachments/wp-content/uploads/2020/12/dfhfhfh654654654sdfhfhfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)