ଚନ୍ଦ୍ରଶେଖର ନାବାର୍ଡର ନୂଆ ସିଜିଏମ୍

ଭୁବନେଶ୍ୱର: ନାବାର୍ଡ ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟର ନୂଆ ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ୍) ଭାବେ ଏ ଚନ୍ଦ୍ରଶେଖରଙ୍କୁ ନିଯୁକ୍ତି ମିଳିଛି। ବାଣିଜ୍ୟରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ଚନ୍ଦ୍ରଶେଖରଙ୍କ ବିକାଶ ଓ ଆର୍ଥିକ କ୍ଷେତ୍ରରେ କାମ କରିବାର ତିନି ଦଶନ୍ଧୀର ଅଭିଜ୍ଞତା ରହିଛି। ସେ ନାବାର୍ଡର ବିଭିନ୍ନ କାର୍ଯ୍ୟାଳୟରେ କାମ କରିଛନ୍ତି। ଏହା ପୂର୍ବରୁ ସେ ନାବାର୍ଡ ଆନ୍ଧ୍ର ପ୍ରଦେଶ କାର୍ଯ୍ୟାଳୟରେ ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର