ନୂଆଦିଲ୍ଲୀ: ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ହିସାବ ଲାଗି ଯେଉଁ ଗଣିତ ବ୍ୟବହାର କରାଯାଉଛି ସେଥିରେ ପରିବର୍ତ୍ତନ ଆଣିବା ଉପରେ କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ବିଚାର କରୁଛି। ଏବେ ଏଥିପାଇଁ ୨୦୧୧-୧୨କୁ ଆଧାର ବର୍ଷ ଭାବେ ଗ୍ରହଣ କରାଯାଉଛି। ତାହାକୁ ବଦଳାଇ ୨୦୧୭-୧୮କୁ ଆଧାର ବର୍ଷ ଭାବେ ଗ୍ରହଣ କରିବା ବିଷୟରେ ମନ୍ତ୍ରାଳୟ ଚିନ୍ତା କରୁଛି। ବିଶେଷଜ୍ଞକମାନଙ୍କୁ ନେଇ ଗଠନ କରାଯାଇଥିବା ଏକ କମିଟି ଜିଡିପି ଗଣିତର ଆଧାର ବର୍ଷ ବଦଳାଇବା ଉପରେ ଆଲୋଚନା କରିଛି। ୨୦୧୭-୧୮କୁ ଆଧାର ବର୍ଷ ରୂପେ ଗ୍ରହଣ କରିବା ଲାଗି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଆଗାମୀ କିଛି ମାସ ଭିତରେ ଏନେଇ ନିଷ୍ପତ୍ତି ନିଆଯିବ। ବିଶେଷଜ୍ଞମାନେ ନୂଆ ଆଧାର ବର୍ଷକୁ ଗ୍ରହଣ କରିବା ପୂର୍ବରୁ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମାଗିଥିବା ଜଣାପଡ଼ିଛି।
ବଦଳିବ ଦେଶର ଜିଡିପି ଗଣିତ
/sambad/media/post_attachments/wp-content/uploads/2019/06/india-gdp-getty-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)