ହୋଇଯାଆନ୍ତୁ ସାବଧାନ, ଡିସ୍‌ ଆଣ୍ଟିନାରେ ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ !

ନୂଆଦିଲ୍ଲୀ: ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସଭିଙ୍କ ପାଇଁ ଟିଭି ଦେଖିବା ଏକପ୍ରକାରେ ଜରୁରୀ ହୋଇପଡିଛି। ବ୍ୟସ୍ତ ବହୁଳ ଜୀବନରେ କିଛି ଅବସର ମୁହୂର୍ତ୍ତକୁ ହସ ଖୁସିରେ ବିତାଇବା ପାଇଁ ଲୋକେ ଟିଭିର ଆଶ୍ରୟ ନେଇଥାନ୍ତି। ପ୍ରତ୍ୟେକଙ୍କ ଘରେ ଡିସ୍‌ ଆଣ୍ଟିନା ଏବଂ ଟିଭି ଲାଗିଥିବାର ଏବେ ଦେଖିବାକୁ ମିଳୁଛି। ତେବେ ଟିଭିକୁ ନେଇ ଏକ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ତେଣୁ ଯେଉଁମାନଙ୍କ ଘରେ ଡିସ ଆଣ୍ଟିନା ଏବଂ ଟିଭି ଲାଗିଛି ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି।

ସୂଚନା ମୁତାବକ, ଆଜିର ଦିନରେ ବିଶ୍ୱର ପ୍ରତିଟି ଲୋକଙ୍କ ଘରେ କେବୁଲଠାରୁ ଆରମ୍ଭ କରି ଡିସ୍‌ ଟିଭି ଉପଲବ୍ଧ। କେବୁଲ ଅପେକ୍ଷା ଡିସ ଆଣ୍ଟିନା ବ୍ୟବହାରକାରୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। କାହିଁକି ନା କେବୁଲ ତୁଳନାରେ ଡିସ ଟିଭିରେ ବହୁତ କମ ମୂଲ୍ୟରେ ଅଧିକ ଚ୍ୟାନେଲ ଉପଲବ୍ଧ ହେଉଛି। ଏବେ ଡିସ ଆଣ୍ଟିନାକୁ ନେଇ ଏକ ନୂଆ ପରିବର୍ତ୍ତନ ହେବାକୁ ଯାଉଛି । ଅର୍ଥାତ୍‌ ଟେଲିଭିଜନ ତଥା ଡିସ୍‌ ଆଣ୍ଟିନାରେ ଯେଉଁସବୁ ଫ୍ରି ଚ୍ୟାନେଲ ଆସୁଥିଲା ତାହା ଏବେ ଆଉ ଆସିବ ନାହିଁ ।

କାରଣ ଏହିସବୁ ଚ୍ୟାଲେନଗୁଡିକୁ ଏବେ ପ୍ରିମିୟମ କରାଯାଉଛି । ଯାହାକୁ ପ୍ରସିଦ୍ଧ ବ୍ରୋର୍ଡକାଷ୍ଟ କଂପାନିମାନଙ୍କ ଦ୍ୱାରା ବର୍ତ୍ତମାନ ମାଗଣା ଚ୍ୟାନଲେଗୁଡିକୁ ଚଲାଇବା ପାଇଁ ଟଙ୍କା ଦେବାକୁ ପଡିବ । ତେବେ ଏଭଳି ନିଷ୍ପତି କୋର୍ଟ ଦ୍ୱାରା ନିଆଯାଇଛି । ସୋନି ଜି ଷ୍ଟାର ଏବଂ ୱାୟାକମ ୧୮ ଭଳି ଫ୍ରି ଚ୍ୟାନେଲଗୁଡିକୁ ପ୍ରିମିୟମ କରିଦିଆଯିବ। ଯେଉଁ କାରଣରୁ ଏଣିକି ଆପଣଙ୍କୁ ଫ୍ରି ଟୁ ଏୟାର ଚ୍ୟାନେଲ ପାଇଁ ମଧ୍ୟ ଟଙ୍କା ଦେବାକୁ ପଡିବ।

ସମ୍ବନ୍ଧିତ ଖବର