ଭୁବନେଶ୍ବର: ସରକାରୀ କଂପାନିଗୁଡ଼ିକର ଖଣି ଲିଜ୍କୁ ରାଜ୍ୟ ସରକାର ଏକକାଳୀନ ୨୦ ବର୍ଷ ବଢ଼ାଇପାରିବେ। ଖଣି ମନ୍ତ୍ରଣାଳୟ ପକ୍ଷରୁ ଖଣି ନିୟମରେ ଏନେଇ ସଂଶୋଧନ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସଂଶୋଧିତ ନିୟମ ଅନୁସାରେ, ଖଣି ଲିଜ୍ ଶେଷ ହେବାର ବର୍ଷକ ପୂର୍ବରୁ ଲିଜ୍ ଅବଧି ବଢ଼ାଇବା ଲାଗି ଯଦି କଂପାନି ତରଫରୁ ଆବେଦନ କରାଯାଇଥିବ ତେବେ ତାହାକୁ ବିଚାରକୁ ନେଇ ରାଜ୍ୟ ସରକାର ଏକକାଳୀନ ଲିଜ୍ ଅବଧିକୁ ଆଉ ୨୦ ବର୍ଷ ବଢ଼ାଇପାରିବେ। ଇସ୍ପାତ ଶିଳ୍ପକୁ କଞ୍ଜାମାଲ ଯୋଗାଣ ନିଶ୍ଚିତ କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେଲ୍ର ୨୫% ଉତ୍ପାଦିତ ଲୁହା ପଥରକୁ ଘରୋଇ ବଜାରରେ ବିକ୍ରି କରିବା ଲାଗି ଖଣି ମନ୍ତ୍ରଣାଳୟ ପୂର୍ବରୁ ଅନୁମତି ଦେଇଥିଲା। ଶ୍ରୀ ପ୍ରଧାନ ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଉଦ୍ୟମରେ ଖଣି ନିୟମରେ ଏହି ସଂଶୋଧନ ହୋଇଛି। ଖଣି ଓ ଖଣିଜ (ନିୟାମକ ଓ ବିକାଶ) ନିୟମ ୧୯୫୭ ଅନୁସାରେ, ୨୦୨୦ ମାର୍ଚ ୩୧ ସୁଦ୍ଧା ୩୧ଟି ଖଣିର ଲିଜ୍ ଅବଧି ଶେଷ ହେଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp