ଆଜିଠାରୁ ବଦଳିଯିବ ଏସବୁ ନିୟମ

ଷ୍ଟେଟ୍ ବ୍ୟାଙ୍କ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ପାଇଁ ଯେଉଁ ଗ୍ରାହକମାନେ ମୋବାଇଲ୍ ନମ୍ବର ପଞ୍ଜୀକୃତ କରିନଥିବେ ସେମାନେ ଅସୁବିଧା ସାମ୍ନା କରିବେ। ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ପାଇଁ ମୋବାଇଲ୍‌ ନମ୍ବରକୁ ଷ୍ଟେଟ୍‌ ବ୍ୟାଙ୍କ ବାଧ୍ୟତାମୂଳକ କରିଛି। ମୋବାଇଲ୍‌ ନମ୍ବର ପଞ୍ଜୀକରଣର ଶେଷ ତାରିଖ ନଭେମ୍ବର ୩୦ ଥିଲା।

ଷ୍ଟେଟ୍‌ ବ୍ୟାଙ୍କ ଜରିଆରେ ପେନ୍‌ସନ୍ ଟଙ୍କା ହାସଲ କରୁଥିବା ପେନ୍‌ସନ୍‌ଭୋଗୀ ‌ଜୀବନ ପ୍ରମାଣପତ୍ର ଦାଖଲ କରିନଥିଲେ ଅସୁବିଧା ସାମ୍ନା କରିବେ। ନଭେମ୍ବର ୩୦ ସୁଦ୍ଧା ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା।

ଏସ୍‌ବିଆଇ ବଡି ୱାଲେଟ୍‌ରେ ବାଲାନ୍ସ ରଖିଥିବା ଗ୍ରାହକମାନେ ଯଦି ନଭେମ୍ବର ୩୦ ସୁଦ୍ଧା ତାହାକୁ ଉଠାଇନଥିବେ ତେବେ ଅସୁବିଧା ସାମ୍ନା କରିବେ। କାରଣ ଏସ୍‌ବିଆଇ ବଡିକୁ ଷ୍ଟେଟ୍‌ ବ୍ୟାଙ୍କ ବନ୍ଦ କରିଦେବ। ଏବିଷୟରେ ବ୍ୟାଙ୍କ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଥିଲା।

ଦୀପାବଳିକୁ ଦୃଷ୍ଟିରେ ରଖି ପେନ୍‌ସନ୍‌ ଉପରେ ଦିଆଯାଉଥିବା ଋଣ ଉପରୁ ଷ୍ଟେଟ୍‌ ବ୍ୟାଙ୍କ ପ୍ରୋସେସିଂ ଫି’ କୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଛାଡ଼ କରିଥିଲା। ଡିସେମ୍ବର ପହିଲାରୁ ଏହି ସୁବିଧା ମିଳିବ ନାହିଁ।

ସମ୍ବନ୍ଧିତ ଖବର