ନଭେମ୍ବରରୁ ବଦଳିବାକୁ ଯାଉଛି ଏହି ୫ ନିୟମ: ଆପଣଙ୍କ ଉପରେ ପଡ଼ିବ ଏହାର ସିଧା ପ୍ରଭାବ, ଜାଣନ୍ତୁ ସେସବୁ କ’ଣ

ଭୁବନେଶ୍ବର:  ଆଉ ଗୋଟିଏ ଦିନ ପରେ ଅକ୍ଟୋବର ମାସ ଶେଷ ହେବ। ସୋମବାରଠାରୁ  ଆରମ୍ଭ ହେବାକୁ ଯାଉଛି ନଭେମ୍ବର ମାସଏହି କ୍ରମରେ ନଭେମ୍ବରମାସ ଠାରୁ  କିଛି ନିୟମର ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆପଣଙ୍କ ଜୀବନ ଜୀବିକା ଉପରେ ସିଧାସଳଖ ପ୍ରଭାବ ପକାଇବ । ଏଥିପାଇଁ ଆସନ୍ତୁ ଜାଣିବା କେଉଁ କେଉଁ ନିୟମରେ ହେବାକୁ ଯାଉଛି ପରିବର୍ତ୍ତନ ଓ ତାହା ଆପଣଙ୍କ ଉପରେ କିଭଳି ପ୍ରକାଇବ ପ୍ରଭାବ ।

ନଭେମ୍ବର ପହିଲାରୁ ବ୍ୟାଙ୍କରେ ଟଙ୍କା ଜମା କରିବାଠାରୁ ଉଠାଣ ପର୍ଯ୍ୟନ୍ତ କାରବାର ଲାଗି ଆପଣଙ୍କୁ ସେବାକର ଦେବାକୁ ହେବ । ସେହିଭଳି ରେଳ ବିଭାଗର ସମୟ ସାରଣୀ ବି ବଦଳିଯିବ । ଏହାସହ ଗ୍ୟାସ ସିଲିଣ୍ଡର ବୁକିଂ ନିୟମରେ ବି ବଡ ପରିବର୍ତ୍ତନ ହେବାକୁ ଯାଉଛି ।

image source-sambad english
  • ନଭେମ୍ବର ମାସ ଆରମ୍ଭର ଆପଣଙ୍କ ରୋଷେଇଶାଳ ଉପରେ ମହଙ୍ଗାମାଡ ପରିପାରେ । ଅର୍ଥାତ ପୁଣିଥରେ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ହୋଇପାରେ ।
  • କେବଳ ଗ୍ୟାସ ଦର ବୃଦ୍ଧି ନୁହେଁ ନଭେମ୍ବର ପହିଲାରୁ ବ୍ୟାଙ୍କରେ ଟଙ୍କା ଜମା କରିବା ଓ ଉଠାଣ ଉପରେ ଆପଣଙ୍କୁ ସେବାକର ଦେବାକୁ ପଡିବ । ପ୍ରଥମେ ବ୍ୟାଙ୍କ ଅଫ୍ ବରୋଦା ଏହାର ଆରମ୍ଭ କରିଥିଲା । ଏହି କ୍ରମରେ ନଭେମ୍ବର ପହିଲା ଠାରୁ ସମସ୍ତ ବ୍ୟାଙ୍କ ଗ୍ରାହକ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଟଙ୍କା ଜମା କଲେ ବା ଉଠାଇଲେ ଆପଣଙ୍କୁ ଦେୟ ଦେବାକୁ ହେବ । ଏହାସହ ଲୋକ ଆକାଉଣ୍ଟ ପ୍ରତି ଆପଣଙ୍କୁ ୧୫୦ ଟଙ୍କା ଦେବାକୁ ପଡିବ । ଖାତା ଧାରକମାନେ ୩ ଥର ଜମା କରିବା ପରେ ପୁଣି ଯଦି ଗୋଟିଏ ମାସରେ ଚତୁର୍ଥ ଥର ପାଇଁ ଟଙ୍କା ଜମା କରନ୍ତି ତେବେ ଅଧିକ ୪୦ ଟଙ୍କା ଦେବାକୁ ପଡିବ । ଅନ୍ୟପଟେ ଜନଧନ ଖାତାଧାରକଙ୍କୁ ଜମା ଉପରେ କର ଦେବାକୁ ପଡିବ ନାହିଁ କିନ୍ତୁ ମାସକୁ ୩ ରୁ ଅଧିକ ଥର ଟଙ୍କା ଉଠାଇଲେ ପ୍ରତିଥରକୁ ୧୦୦ ଟଙ୍କା ଅଧିକ ଦେବାକୁ ପଡିବ ।
  • ବ୍ୟାଙ୍କ ସେବା ପରେ ଏବେ ଦେଶରେ ଚଳାଚଳ କରୁଥିବା ଟ୍ରେନ୍ ଚଳାଚଳର ସମୟ ସାରଣୀ ବଦଳିବାକୁ ଯାଉଛି । ଏହି କ୍ରମରେ ୧୩ ହଜାର ଯାତ୍ରୀବାହୀ ଟ୍ରେନ ଓ ୭ ହଜାର ମାଲଗାଡିର ସମୟ ସାରଣୀ ବଦଳିବାକୁ ଯାଉଛି ।
  • ନଭେମ୍ବର ପହିଲା ଠାରୁ ରୋଷେଇ ଗ୍ୟାସ ସିଲିଣ୍ଡର ଡେଲିଭରିର ପୂରା ପ୍ରକ୍ରିୟା ବଦଳିବାକୁ ଯାଉଛି । ଗ୍ୟାସ ବୁକିଂ କରିବା ପରେ ଗ୍ରାହକଙ୍କ ମୋବାଇଲକୁ ଏକ ଓଟିପି ଆସିବ । ଯେତେବେଳେ ଗ୍ୟାସ ଡେଲିଭରୀ ଆସିବ ସେତେବେଳେ ଆପଣ ଡେଲିଭରୀ ବୟ ସହିତ ସେହି ଓଟିପି ସେୟାର କରିବେ । ଏହି ଓଟିପି କମ୍ପାନୀ ସିଷ୍ଟମରେ ମିଶିବା ପରେ ଆପଣଙ୍କୁ ଗ୍ୟାସ ଡେଲିଭରୀ ମିଳିବ ।
  • ନଭେମ୍ବର ପହିଲାରୁ କିଛି ଆଇଫୋନ ଓ ସ୍ମାର୍ଟଫୋନରେ ହ୍ୱାଟସଅପ ଆପ୍ କାମ କରିବା ବନ୍ଦ କରିଦେବ । ହ୍ୱାଟସଆପର ସୂଚନା ମୁତାବକ ଫେସବୁକ ମାଲିକାନାରେ ଥିବା ପ୍ଲାଟଫର୍ମ ଆଣ୍ଡ୍ରଏଡ ୪.୦.୩ ଆଇସକ୍ରିମ, ସାଣ୍ଡୱିଚ, ଆଇଓଏସ ୯ ଓ କାଇ ଓଏସ ୨.୫.୦ ରେ ସପୋର୍ଟ କରିବ ନାହିଁ ।
ସମ୍ବନ୍ଧିତ ଖବର