ନୂଆଦିଲ୍ଲୀ,: ବିମୁଦ୍ରାକରଣକୁ ଆସନ୍ତା ୮ ତାରିଖରେ ବର୍ଷେ ପୂରିବାକୁ ଯାଉଛି। ଧନୀ ଲୋକଙ୍କ କଳାଟଙ୍କା ବାହାର କରିବା ଲାଗି ଆୟକର ବିଭାଗ ତତ୍ପରତା ଦେଖାଇଛି। ବିମୁଦ୍ରାକରଣ ପୂର୍ବରୁ ଏବଂ ପରେ ଆୟରେ ବ୍ୟତିକ୍ରମ ଦେଖାଦେଇଥିବା ଲୋକଙ୍କୁ ଆୟକର ବିଭାଗ ଚିହ୍ନଟ କରିଛି। ଫଳରେ ୨୦ ହଜାର ୫୭୨ଟି ଆୟକର ରିଟର୍ଣ୍ଣର ବିସ୍ତତ ଯାଞ୍ଚ କରିବ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଏଥିସହିତ ଟିକସ ଫାଙ୍କି ନେଇ ଅଧିକ ସନ୍ଦେହ ରହିଥିବା ୧ ଲକ୍ଷ ମାମଲାକୁ ଚିହ୍ନଟ କରାଯାଇଛି ବୋଲି ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। ଆୟକର ଯାଞ୍ଚବେଳେ ଟିକସ ଅଧିକାରୀମାନଙ୍କୁ ଟିକସଦାତାମାନେ ସେମାନଙ୍କ କାଗଜପତ୍ର ଦେଖାଇବେ। ଯଦି ଟିକସ ଅଧିକାରୀ ନିଶ୍ଚିତ ହେବେ ଯେ, ଟିକସଦାତା ଯେଉଁ ରିଟର୍ଣ୍ଣ ଫାଇଲ କରିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ଆୟ ତଦନୁପାତିକ ରହିଛି ତାହେଲେ ସେ କ୍ଷେତ୍ରରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଦେଲେ ଟିକସ ଅଧିକାରୀମାନେ ପଦକ୍ଷେପ ନେବେ।
ମିଳିଥିବା ସୂଚନା ଅନୁଯାୟୀ ବିମୁଦ୍ରାକରଣ ପରେ ଟିକସ ଅଧିକାରୀମାନେ ୧୭ ଲକ୍ଷ ୭୩ ହଜାର ସନ୍ଦିଗ୍ଧ ମାମଲାରେ ୨୩.୨୨ ଲକ୍ଷ ବ୍ୟାଙ୍କ ଆକାଉଣ୍ଟରେ ୩ ଲକ୍ଷ ୬୮ ହଜାର କୋଟି ଟଙ୍କା ଚିହ୍ନଟ କରିଛନ୍ତି। ଆୟକର ବିଭାଗ ପକ୍ଷରୁ ଲୋକମାନଙ୍କୁ ଅନ୍ଲାଇନ୍ରେ ଯେଉଁ ରିପୋର୍ଟ ମଗାଯାଇଥିଲା । ଏ ପର୍ଯ୍ୟନ୍ତ ୧୧.୮ ଲକ୍ଷ ଲୋକ ୧୬.୯୨ ଲକ୍ଷ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ଅନ୍ଲାଇନ୍ରେ ତଥ୍ୟ ପ୍ରଦାନ କରିଛନ୍ତି। ବିମୁଦ୍ରାକରଣ ଘୋଷଣା ପରଦିନଠାରୁ ଆୟକର ବିଭାଗ ଗତ ମାର୍ଚ ପର୍ଯ୍ୟନ୍ତ ୯୦୦ଟି ଚଢ଼ଉ ଓ ଯାଞ୍ଚ କରିଛି। ଏହାଫଳରେ ଆୟକର ବିଭାଗ ୯୦୦ କୋଟିରୁ ଅଧିକ ସମ୍ପତ୍ତି ଜବତ କରିଛି। ଏଥିରେ ୬୩୬ କୋଟିର ନଗଦ ଅର୍ଥ ରହିଛି। ଯାଞ୍ଚ ଯୋଗୁଁ ଲୋକମାନେ ୭୯୬୧ କୋଟି ଟଙ୍କାର ଆୟ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଆୟକର ବିଭାଗ ୮୨୩୯ଟି ସର୍ଭେ କରିଛି ଯାହାଦ୍ୱାରା ୬୭୪୫ କୋଟି ଟଙ୍କାର କଳାଟଙ୍କା ମିଳିଛି। ଏଥିସହିତ ଆୟକର ବିଭାଗ ୧୮୩୩ କୋଟି ଟଙ୍କାର ବେନାମୀ ସମ୍ପତ୍ତି ମଧ୍ୟ ଜବତ କରିଛି ବୋଲି ସିବିଡିଟି ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରା କହିଛନ୍ତି। ଗତ ଅକ୍ଟୋବର ସୁଦ୍ଧା ଏହା ଜବତ ହୋଇଛି। ୫୧୭ଟି ନୋଟିସ ଏବଂ ୫୪୧ଟି ସମ୍ପତ୍ତି ଜବତ କରାଯିବା ଦ୍ୱାରା ଏହି ରାଶି ମିଳିଛି। ଜବତ ହୋଇଥିବା ସମ୍ପତ୍ତି ମଧ୍ୟରୁ ଅହମ୍ମଦା ବାଦ ରିଜିଅନ୍ରେ ସର୍ବାଧିକ ୧୩୬ଟି, ଭୋପାଳରେ ୯୩ଟି, କର୍ଣ୍ଣାଟକ ଓ ଗୋଆରେ ୭୬ଟି, ଚେନ୍ନାଇରେ ୭୨ଟି, ଜୟପୁରରେ ୬୨, ମୁମ୍ବାଇରେ ୬୧ ଏବଂ ଦିଲ୍ଲୀରେ ୫୫ଟି ସମ୍ପତ୍ତି ଜବତ ହୋଇଛି। ବେନାମୀ ସମ୍ପତ୍ତି ରଖିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସେ କହିଛନ୍ତି।
ଯାଞ୍ଚ ହେବ ୨୦ ହଜାର ଆୟକର ରିଟର୍ଣ୍ଣ
ଦିନକ ପରେ ବିମୁଦ୍ରାକରଣକୁ ପୂରିବ ବର୍ଷେ
/sambad/media/post_attachments/wp-content/uploads/2017/11/200rupees-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)